ଉଦ୍ୟାନ କୃଷି ବିଭାଗ ତରଫରୁ ଡାବୁଗାଁ ରେ ଚାଷୀଙ୍କୁ ଅଳୁ ବିହନ ବଣ୍ଟନ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର,),୭ା୧,:- ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ନର୍ସରୀ ପରିସରରେ ଉଦ୍ୟାନ ବିଭାଗ ତରଫରୁ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତହେଲା | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଚାଷୀ ଆଳୁ ବିହନ ନେଇ ଚାଷ କରିବାକୁ ପରାମର୍ଶ ଦେଇଥିଲେ | ପରେ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ କରଯାଇଥିଲା | ଡାବୁଗାଁ ବ୍ଲକକୁ ୪୦ ହେକ୍ଟର ଜମିରେ ଚାଷ ପାଇଁ ୨୦୦ ଜଣ ଚାଷୀ ଙ୍କୁ ଆଳୁ ବଣ୍ଟନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବ ବ୍ଲକ ଅଧ୍ୟକ୍ଷା ବୀଣା ମାଝି , ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ,ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର , ଜୋନ ୨ ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଷୋୟୀ, ବିଜେପି ବରିଷ୍ଟ ନେତା ମହେଶ ପାତ୍ରଙ୍କ ସହ ଅନେକ ଜନପ୍ରତିନିଧି ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷି ଭାଇ ମାନେ ଉପସ୍ଥିତି ଥିଲେ। ଡାବୁଗାଁ ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ତାଙ୍କ ସହଯୋଗ କରୁଥିଲି ଉଦ୍ୟାନ ବିଭାଗର ସଂମ୍ପ୍ରସାରଣ ଅଧିକାରୀ ଏବଂ କର୍ମଚାରୀ ମାନେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!