ବଢିବ MLA ଓ ମନ୍ତ୍ରୀଙ୍କର ଦରମା, ଭତ୍ତା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ସଂଶୋଧିତ ପାରିଶ୍ରମିକ ବିଲ୍ ଗୃହୀତ ହେବା ପରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍‌ରେ ବଡ଼ ଧରଣର ବୃଦ୍ଧିକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।ଏହାଫଳରେ ବର୍ତ୍ତମାନର ଏବଂ ପୂର୍ବତନ ବିଧାୟକମାନଙ୍କର ଦରମା ଓ ପେନ୍‌ସନ୍ ଉଭୟ ୯୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବାଚସ୍ପତିଙ୍କ ମାସିକ ଦରମା ପୂର୍ବରୁ ୪୦,୫୦୦ ଟଙ୍କା ଥିବାବେଳେ ଏବେ ତାହା ୯୮,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।ଏହାବ୍ୟତୀତ ସେମାନଙ୍କର ଅନ୍ୟାନ୍ୟ ଭତ୍ତା ଯଥେଷ୍ଟ ବୃଦ୍ଧି କରାଯାଇଛି। ଯେପରିକି ବୈଠକ ଭତ୍ତା ୮୦୦ ଟଙ୍କାରୁ ୨,୦୦୦ ଟଙ୍କା। କାର୍ ଭତ୍ତା ୧୭,୦୦୦ ଟଙ୍କାରୁ ୮୯,୦୦୦ ଟଙ୍କା। ସମ୍ପଚୁଆରୀ ଭତ୍ତା ୪୦,୦୦୦ ଟଙ୍କାରୁ ୧.୮୧ ଲକ୍ଷ ଟଙ୍କା। ଆବାସ ଭତ୍ତା (ସରକାରୀ କ୍ୱାର୍ଟର୍ ମିଳିବା ପର୍ଯ୍ୟନ୍ତ) ଦୈନିକ ୧,୦୦୦ ଟଙ୍କାରୁ ୨,୦୦୦ ଟଙ୍କା।ସେହିପରି ବିଧାୟକଙ୍କ ଅନ୍ୟାନ୍ୟ ଭତ୍ତାରେ ବୃଦ୍ଧି ବିଧାୟକମାନଙ୍କ ଅନେକ ଭତ୍ତାରେ ବୃହତ୍ ବୃଦ୍ଧି କରାଯାଇଛି। ସେଥିମଧ୍ୟରୁ କେତେକ ହେଲା, ସମ୍ପଚୁଆରୀ ଭତ୍ତା ୪୦,୦୦୦ ଟଙ୍କାରୁ ୯୬,୦୦୦ ଟଙ୍କା। ନିର୍ବାଚନ ମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଭତ୍ତା ୨୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କା। ମାସିକ ପରିବହନ ଭତ୍ତା ୧୫,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା। ବିଧାୟକଙ୍କ ମାସିକ ଭତ୍ତା ୨,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା। ବିଦ୍ୟୁତ୍ ଖର୍ଚ୍ଚ ଭତ୍ତା ୫,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କା। ଡାକ୍ତରୀ ଚିକିତ୍ସା ଭତ୍ତା ୫,୦୦୦ ଟଙ୍କାରୁ ୩୫,୦୦୦ ଟଙ୍କା। ମୋଟର କାର୍ ଅଗ୍ରିମ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!