ନୂଆଦିଲ୍ଲୀ .୦୯/୧୨: ଦେଶର ସବୁଠାରୁ ବଡ଼ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଅଚଳାବସ୍ଥା ପାଇଁ ସାରା ଦେଶରେ ଯାତ୍ରୀ ହନ୍ତସନ୍ତ। ସୋମବାର ମଧ୍ୟ ଇଣ୍ଡିଗୋର ୫୬୨ଟି ବିମାନ ରଦ୍ଦ ହୋଇଛି । ଗତ ୭ ଦିନରେ ୪୭୦୦ରୁ ଅଧିର ବିମାନ ଉଡ଼ାଣ ରଦ୍ଦ ହୋଇଛି । ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ଇଣ୍ଡିଗୋ ଏବଂ ୨୨ଶହରୁ ଅଧିକ ବିମାନ ଅପରେଟ୍ କରୁଛି ।ଆମେ ନିଶ୍ଚିତ ଭାବେ ତାହା କମ କରିବୁ। ୧ ରୁ ୮ ଡିସେମ୍ବର ସନ୍ଧ୍ୟା ୫ଟା ମଧ୍ୟରେ ବାତିଲ ହୋଇଥିବା ସାଢ଼େ ୭ ଲକ୍ଷ ଟିକେଟ୍ ପାଇଁ ୭୪୫ କୋଟି ଟଙ୍କା ରିଫଣ୍ଡ କରାଯାଇଛି । ନାଇଡୁ କହିଛନ୍ତି, ଭାରତରେ ଯେଉଁଭଳି ବିମାନ ଯାତ୍ରାର ଚାହିଦା ରହୁଛି, ଏଥିପାଇଁ ୫ଟି ବଡ଼ ଏୟାରଲାଇନ୍ସର ଆବଶ୍ୟକତା ରହିଛି । ଫଳରେ ଇଣ୍ଡିଗୋ ଯୋଗାଉଥିବା ବିମାନ ସେବାର କିଛି ସ୍ଲଟ୍ ଅନ୍ୟ ଏୟାରଲାଇନ୍ସକୁ ଦେବାକୁ ନିଷ୍ପତ୍ତି ହୋଇଛି । ଇଣ୍ଡିଗୋ ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ଇଣ୍ଡିଗୋ ବିମାନ ସେବାର କିଛି ସ୍ଲଟ୍ ଅନ୍ୟ ଏୟାରଲାଇନ୍ସକୁ ଦିଆଯିବ ।ଦିଲ୍ଲୀ-ବେଙ୍ଗାଲୁରୁ ସ୍ଥିତି ତ ଆହୁରି ସାଂଘାତିକ। ଉଭୟ ବିମାନବନ୍ଦରରେ ୧୦୦ରୁ ଅଧିକ ଲେଖାଏ ବିମାନ ବାତିଲ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ଏହା କମ୍ପାନୀର କ୍ରିଉ ରୋଷ୍ଟରିଂ ଜନିତ ସମସ୍ୟା। ପୁରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ କମ୍ପାନୀ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ହେବ ଯାହାକି ଅନ୍ୟ ଏୟାରଲାନ୍ସ ପାଇଁ ଉଦାହରଣ ହେବ ବୋଲି ସେ କହିଛନ୍ତି। ସେପଟେ ସଂସଦରେ ଇଣ୍ଡିଗୋ ସଙ୍କଟ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।ସେପଟେ ସ୍ଥିତିରେ ସୁଧାର ଆଣିବାକୁ କମ୍ପାନୀ ଏକ କ୍ରାଇସିସ ମ୍ୟାନେଜମେଣ୍ଟ ଗ୍ରୁପ ଗଠନ କରିଛି। ସବୁ ସ୍ଥାନକୁ ଯେମିତି ଶତ ପ୍ରତିଶତ ବିମାନ ଉଡାଣ ହେବ ତାର ସୁନିଶ୍ଚିତ ଏମାନେ କରିବେ। ସେପଟେ ଲଗାତାର ଭାବରେ ପରିଚାଳନାଗତ ତ୍ରୁଟି ଲାଗି ରହିଥିବାରୁ କମ୍ପାନୀର ଶେୟାର ମୂଲ୍ୟରେ ୧୬ ପ୍ରତିଶତ ହ୍ରାସ ହେଲାଣି। ବିମାନ ଶିଳ୍ପରେ ଇଣ୍ଡିଗୋର ୬୦ ପ୍ରତିଶତ ବଜାର ଅଂଶ ରହିଛି। ତେବେ ସେହି ସ୍ଥିତିକୁ ବଜାୟ ରଖିବାକୁ କମ୍ପାନୀ ଆଖିବୁଝା ପ୍ରୟାସ ଜାରି ରଖିଛି। ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ସବୁକିଛି ସ୍ବାଭାବିକ ହୋଇଯିବ ବୋଲି କମ୍ପାନୀ ଆଶା କରିଛି। ଠିକ ସମୟରେ ବିମାନ ଉଡାଣ ପାଇଁ ପୁରା ଟିମ କସରତ କରୁଥିବା କଥା ଏକ ଭିଡିଓ ମେସେଜରେ କହିଛନ୍ତି କମ୍ପାନୀ ସିଇଓ। ସେପଟେ ପୁରା ଘଟଣାକୁ ନେଇ ଡିଜିସିଏ ପାଖରେ ୨୪ ଘଣ୍ଟା ମଧ୍ୟରେ ନିଜର ପକ୍ଷ ରଖିବାକୁ ଇଣ୍ଡିଗୋର ସିଇଓ ଓ କମ୍ପାନୀର ମୁଖ୍ୟ ପରିଚାଳକଙ୍କୁ ନୋଟିସ କରାଯାଇଥିବା ବେଳେ ଏନେଇ ଅଧିକ ସମୟ ମାଗିଛି କମ୍ପାନୀ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |