ମାଲକାନଗିରି ଉତ୍ତେଜନା;ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି,୧୦|୧୨: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି। ମାଲକାନଗିରି ଜିଲ୍ଲାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ବିଶେଷକରି MV-୨୬ ଏବଂ ରାଖେଲଗୁଡ଼ା ଗାଁରେ ହିଂସା ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଇଣ୍ଟରନେଟ୍ ବନ୍ଦକୁ ଆହୁରି ୧୮ ଘଣ୍ଟା ପାଇଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।ବୁଧବାର ଦିନ ମଧ୍ୟାହ୍ନ ୧୨ଟା ପର୍ଯ୍ଯନ୍ତ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ ରହିବ। ଆଜି ଜାରି ହୋଇଥିବା ଏକ ସରକାରୀ ନିର୍ଦ୍ଦେଶରେ କୁହାଯାଇଛି ଯେ ଜିଲ୍ଲାର ପରିସ୍ଥିତି ବର୍ତ୍ତମାନ ସମ୍ବେଦନଶୀଳ ଏବଂ ଗୁଜବ ପ୍ରସାରଣର ଆଶଙ୍କା ବୃଦ୍ଧି ପାଇଛି।ଆସନ୍ତାକାଲି ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣାକୁ ବଢାଯାଇଛି। ଅପ୍ରୀତିକର ପରିସ୍ଥିିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଡିଜିପି ଆଜି ପୁଣିଥରେ ଏମ୍‌ଭି-୨୬ ଓ ରାଖେଲଗୁଡା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।ସେପଟେ ଆଜି ମାଲାକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ନାମକୋଣ୍ଡା ନଦୀ ଘାଟ ଠାରେ ପାଣିରେ ଭାସୁଥିବା ଏକ କଟା ମୁଣ୍ଡ ଉଦ୍ଧାର କରାଯାଇଛି। ନାମକୋଣ୍ଡା ଗାଁର କିଛି ମହିଳା ନଦୀ ଘାଟ କୁ ଗାଧୋଇବାକୁ ଯାଇଥିବାବେଳେ ମୁଣ୍ଡ ଟି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଗାଁରେ ପ୍ରଘଟ ହେବା ପରେ କାଲିମେଳା ପୁଲିସକୁ ଖବର ଦିଆଯାଇଥିଲା। ଉଦ୍ଧାର ହୋଇଥିବା ମୁଣ୍ଡ ଟି କୌଣସି ମହିଳାଙ୍କର ହୋଇଥବା ଜଣାପଡିଛି। କଟା ମୁଣ୍ଡ ଟି ପାଣିରେ ପଡି ଗଳିତ ହେବା ସହ ଖପୁରି ଦେଖାଯାଉଛି। ମୁଣ୍ଡ ଉପରେ ଲମ୍ବା ଚୁଟି ରହିଥି୧୦ବା ବେଳେ ନାକରେ ରିଙ୍ଗ ରହିଥିବା ଦେଖିବାକୁ ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!