ଆଶ୍ରମ ବିଦ୍ୟାଳୟ ରେ ସି ଆର ସି ସି ଓ ବ୍ଲକ ମଙ୍ଗଳ ଅଧିକାରୀ ଙ୍କ ମିଳିତ ସମୀକ୍ଷା କାର୍ଯ୍ୟ କ୍ରମ

ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର), ୧୦ା୧୨:ପାପଡ଼ା ହାଣ୍ଡି ବ୍ଳକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟ ଗାଦବା କତରାରେ ସିଆରସିସି ବାବୁଲାଲ ସାଗର ,ସେମଳା ଓ ବ୍ଲକ ମଙ୍ଗଳ ଅଧିକାରୀ ଦେବବ୍ରତ ପରିଡ଼ା ସହ ଶ୍ରେଣୀ ପରିଦର୍ଶନ ରେ ପିଲାଙ୍କ ଶିକ୍ଷା ସ୍ତରରେ କେମିତି ଉନ୍ନତି ହେବ ଏଥିପାଇଁ ସିଆରସିସି ସାଗର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ପରିଡ଼ା ସାରଙ୍କ ସହ ଆଲୋଚନା ରେ ଶିକ୍ଷକ ସମସ୍ୟା, ପିରୟଡ ସମସ୍ୟା, ଶ୍ରେଣୀ ଗୃହ ସମସ୍ୟା ମଧ୍ୟରେ ମଧ୍ୟ ବହୁ ଶ୍ରେଣୀୟ ଶିକ୍ଷା ଓ ଲେସନ ନୋଟ ର ଗୁରୁତ୍ଵ ପୂର୍ଣ୍ଣ ବାବଦରେ ଆଲୋକ କରି ଲେସନ ନୋଟ ଦ୍ୱାରା ଏକାଡେମିକ ପାଠର ଅଗ୍ରପତି, ପିଲାଙ୍କ ଜାଣିବା ଧାରା, ଶିକ୍ଷା ନିୟମ ଅନୁସରଣ,ଶିକ୍ଷକ ସେବା ପୁସ୍ତିକାର ପ୍ରମୁଖ କାର୍ଯ୍ୟ, ଶିକ୍ଷାଦାନ ଦେଲେ ମଧ୍ୟ ଶିକ୍ଷକ ଜଣକ ଲେସନ ନୋଟ ନଲେଖିଲେ ଶିକ୍ଷକ ଶିକ୍ଷା ସେବା ପୁସ୍ତିକାର ଉଲ୍ଲଘନ ନକରି ଶିକ୍ଷକ ଭାବେ ଲେସନ ନୋଟ ସହ ୪୫ ମିନିଟ ବିନିଯୋଗ ପାଇଁ ମତ ପ୍ରକାଶରେ ନିପୁଣ ଆପରେ ଶ୍ରେଣୀ ପର୍ଯ୍ୟ ବେକ୍ଷଣ କାର୍ଯ୍ୟ ପାଇଁ ଲେସନ ନୋଟର ତାତ୍ପର୍ଯ୍ୟ ବାବଦରେ ଆଲୋକ ପ୍ରଦାନ କରିଥିଲେ।ବ୍ଲକ ମଙ୍ଗଳ ଅଧିକାରୀ ବିଦ୍ୟାଳୟ ଗ୍ରାଣ୍ଟ ବ୍ୟବହାର ପାଇଁ ଅବଗତ ସହ ଶିକ୍ଷାର ଉନ୍ନତି ପାଇଁ ପିଲାଙ୍କୁ ଶିକ୍ଷାଦାନ କରି ଭଲ ମଣିଷ ପାଇଁ ପ୍ରୟାସ ର ଆବଶ୍ୟକତା ବାବଦରେ ଜଣାଇଲେ। ସିଆରସିସି ଓ ମଂଗଳ ଅଧିକାରୀ ଙ୍କୁ ବିଦ୍ୟାଳୟର ପରିଚାଳନା କମିଟି , ଗ୍ରାମବାସୀ ଓ ବୃଦ୍ଧିଜିବୀ ମହଲରେ ପ୍ରଶଂସା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!