ନୂଆଦିଲ୍ଲୀ,୧୦ା୧୨: ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୟୁନେସ୍କୋ(UNESCO) ଏକ ଭାରତୀୟ ପର୍ବକୁ ଅମୂର୍ତ୍ତ ଐତିହ୍ୟ ତାଲିକାରେ ସାମିଲ କରିଛି। ଚଳିତ ବର୍ଷ ଦୀପାବଳିକୁ ଅମୂର୍ତ୍ତ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ୟୁନେସ୍କୋର ଆନ୍ତର୍ଜାତୀୟ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଫଳରେ ବିଶ୍ୱ ସ୍ତରରେ ଭାରତର ସାଂସ୍କୃତିକ ପରିଚୟକୁ ନୂତନ ସ୍ୱୀକୃତି ମିଳିଛି। ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ କରାଯାଇଛି। ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ଆଲୋକର ପର୍ବ ଦୀପାବଳି। ବର୍ତ୍ତମାନ ଦିଲ୍ଲୀର ଲାଲକିଲ୍ଲାରେ ୟୁନେସ୍କୋର ଆନ୍ତଃସରକାରୀ କମିଟିର ୨୦ତମ ଅଧିବେଶନ ଅନୁଷ୍ଠିତ ହେଉଛି। ଆଜି ସେଠାରୁ ଏହି ଘୋଷଣା ହୋଇଛି। ଏହା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହା ପ୍ରଥମ ଥର ପାଇଁ ଦେଶ ୟୁନେସ୍କୋ ବୈଠକ ଆୟୋଜନ କରିଛି। ଭାରତର ଏକ ସାଂସ୍କୃତିକ ପ୍ରତୀକ ଦୀପାବଳି ଏବେ ୟୁନେସ୍କୋର ଅଂଶ ହୋଇଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ନିଜର ଖୁସି ପ୍ରକାଶ କରିଛନ୍ତି। ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି,ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡିତ। ଏହା ଆମ ସଭ୍ୟତାର ଆତ୍ମା। ଏହା ଜ୍ଞାନ ଏବଂ ଧର୍ମର ପ୍ରତୀକ। ୟୁନେସ୍କୋର ଅମୁଲ୍ୟ ଐତିହ୍ୟ ତାଲିକାର ଏକ ଅଂଶ ହୋଇ, ଦୀପାବଳି ବିଶ୍ୱବ୍ୟାପୀ ଆହୁରି ଅଧିକ ଲୋକପ୍ରିୟତା ହାସଲ କରିବ। ମୁଁ ଆଶା କରୁଛି ଯେ ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଏହି ଅନନ୍ତ ପଥରେ ଆମକୁ ମାର୍ଗଦର୍ଶନ କରିଚାଲିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |