କେନ୍ଦ୍ରାପଡ଼ା,୧୦ା୧୨: ରାଜ୍ୟରେ ରୋଗୀସେବାକୁ ସହଜ ଓ ଲୋକାଭିମୁଖୀ କରିବା ପାଇଁ ଦୀର୍ଘଦିନ ଧରି ଡାକ୍ତର ସଂଘ ପକ୍ଷରୁ ସରକାରଙ୍କ ନିକଟରେ ୧୮ ଗୋଟି ଦାବି ରଖାଯାଇଅଛି l ଦାବି ସମ୍ପର୍କରେ ସରକାର ବାରମ୍ବାର ଆଲୋଚନା କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ l ଏହାର ପ୍ରତିବାଦରେ ଗତ ନଭେମ୍ବର ୨୦ ଠାରୁ ରାଜ୍ୟବ୍ୟାପୀ ଡାକ୍ତର ମାନେ କଳା ବ୍ୟାଜ୍ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଛନ୍ତି l କିନ୍ତୁ ଏବେ ପ୍ରତ୍ୟେକ୍ଷ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଂଘ ନିଷ୍ପତ୍ତି ନେଇଛି lବିଭିନ୍ନ ଦାବି ନେଇ ନଭେମ୍ବର ୨୦ ଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚଳାଇଥିବା ଡାକ୍ତର ସଂଘ ଆସନ୍ତା ଜାନୁଆରୀ ମାସରେ ଚରମ ନିଷ୍ପତ୍ତି ନେବ ବୋଲି ଚେତାବନୀ ଦେଇଛି l ଆଜି ଡାକ୍ତର ସଂଘ ଓମସା ପକ୍ଷରୁ କେନ୍ଦ୍ରାପଡ଼ା ପୁରୁଣା ମେଡିକାଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି lଖୁବ୍ ଶୀଘ୍ର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ପରବର୍ତ୍ତୀ ନିଷ୍ପତି ନେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛିl ଆଗାମୀ ଜାନୁଆରୀରୁ ଡାକ୍ତର ମାନେ OPD ବନ୍ଦ କରିବା ସହିତ ସ୍ୱାସ୍ଥ୍ୟ ସମ୍ପର୍କିତ ଜାତୀୟ କାର୍ଯ୍ୟକ୍ରମ ଗୁଡିକ ବୟକଟ୍ କରିବେ ବୋଲି ଓମସା ରାଜ୍ୟ ସଭାପତି ଡାକ୍ତର୍ କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି l୧୮ ଦଫା ଦାବି ମଧ୍ୟରୁ କିଛି ମୁଖ୍ୟ ଦାବି ଗୁଡିକ ହେଉଛି, ଡିଏସପି , କ୍ୟାଡର ପୁନର୍ଗଠନ, କେବିକେ ଅଞ୍ଚଳରେ ଦୀର୍ଘ ୫ ବର୍ଷ ରହିଥିବା ଡାକ୍ତରଙ୍କୁ ସେମାନଙ୍କ ନିଜ ଅଞ୍ଚଳକୁ ଫେରାଇ ଆଣିବା ଇତ୍ୟାଦି । କାରଣ ରାଜ୍ୟ ସରକାରଙ୍କ ସର୍ତ୍ତ ଅନୁଯାୟୀ ଏହି ଡାକ୍ତରମାନେ କେବିକେ ଯାଇଥିଲେ । ଏହା ବ୍ୟତୀତ ଡାକ୍ତରଙ୍କ ପଦୋନ୍ନତି କରିବା ପାଇଁ ମଧ୍ୟ ଦାବି କରିଛି ସଂଘ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |