ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର),,୧୧ା୧୨ :-ନବରଙ୍ଗପୁର ସ୍ୱତନ୍ତ୍ର ପୋକସୋ କୋର୍ଟର ମାନ୍ୟବର ବିଚାରପତି ଶ୍ରୀ ବାସୁଦେବ ଆଚାର୍ଯ୍ୟ ଏକ ଦୁଷ୍କର୍ମ ଘଟଣାର ବିଚାରଣା କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ସମସ୍ତ 5 ଜଣ ଅଭିଯୁକ୍ତ ଅମୀର ହରିଜନ, ଅମ୍ବିକା ହରିଜନ, ଚନ୍ଦ୍ର ହରିଜନ, ଭବାନୀ ହରିଜନ ଓ ସାଗର ହରିଜନ କୁ ନିର୍ଦୋଷରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ,ନବରଙ୍ଗପୁର ଥାନା ଅନ୍ତର୍ଗତ ପଖନାଗୁଡ଼ା ଗ୍ରାମର ପୀଡିତା ଗତ 04/07/2017 ତାରିଖ ଦିନ ନବରଙ୍ଗପୁର ଥାନାରେ କେସ ନମ୍ବର 189/17 ପ୍ରକାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ଖାତିଗୁଡା ଥାନା ଅନ୍ତର୍ଗତ ଉଷୁରିପଦର ଗ୍ରାମର ଅମୀର ହରିଜନ ବିବାହ କରି ଘରେ ନେଇ ସ୍ତ୍ରୀ କରି ରଖିବି ବୋଲି ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ତିନି ମାସର ଗର୍ଭବତୀ କରିଛି lପୋଲିସ ଘଟଣା ର ତଦନ୍ତ କରି ସମସ୍ତ ଅଭିଯୁକ୍ତ ଅମୀର ହରିଜନ, ଅମ୍ବିକା ହରିଜନ,ଚନ୍ଦ୍ର ହରିଜନ,ଭବାନୀ ହରିଜନ ଓ ସାଗର ହରିଜନ କୁ କୋର୍ଟ ଚାଲାଣ କରିବା ସହ ଅମୀର ହରିଜନ ଙ୍କ ନାମରେ ଭାରତୀୟ ପିଙ୍ଗଳ କୋର୍ଡ ର ଧାରା 376(2) (n)/294,506,34 ଓ ସ୍ୱତନ୍ତ୍ର ପୋକସୋ ଆଇନ 2012 ର ଧାରା 6 ସହ ଅନ୍ୟ ଅଭିଯୁକ୍ତ ମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋର୍ଡ ର ଧାରା 294,506 ଓ 34 ପ୍ରକାରେ ମାମଲା ରୁଜୁ କରିଥିଲେ ଯାହାର କୋର୍ଟ କେସ ନମ୍ବର ଥିଲା TR-100/20 l ସମସ୍ତ 21 ଜଣ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ବିଚାରପତି ଶ୍ରୀ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଅମୀର ହରିଜନ,ଅମ୍ବିକା ହରିଜନ, ଚନ୍ଦ୍ର ହରିଜନ, ଭବାନୀ ହରିଜନ ଓ ସାଗର ହରିଜନ କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ଅଭିଯୁକ୍ତଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ ମାମଲା କୁ ପରିଚାଳନା କରୁଥିଲେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!