ଡାବୁଗାଁ ଠାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର),,୧୧ା୧୨ :-  ଡାବୁଗାଁ ସଦର ମହକୁମା ସ୍ଥିତ ପ୍ରାର୍ଥପ୍ରାନ୍ତ କେନ୍ଦ୍ର ଠାରେ ବ୍ଲକର ୧୨ ଗୋଟି ପଞ୍ଚାୟତ ର ଶିକ୍ଷିତ ବେକାରୀ ଯୁବକ ଯୁବତୀ ତଥା ଜିଲ୍ଲା ଭିତ୍ତିକ ସଙ୍ଗ ପକ୍ଷ ରୁ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମ୍ଭିଲୋନୀ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଗତ ବର୍ଷ ତଥା ୨୦୨୪ରେ ନବରଙ୍ଗପୁର ଜିଲ୍ଲା ଲୋକପର୍ବ “ମଣ୍ଡେଇ” ଠାରେ ଆସି ଜିଲ୍ଲା ଭିତ୍ତିକ ସମସ୍ତ ଶିକ୍ଷିତ ଯୁବକ ଯୁବତୀ ମାନକୁ ଚାକିରୀ ପ୍ରଦାନ କରାଯିବ ବୋଲି ନିଜ ଅଭିଭାଷଣ ରେ କହିଥିଲେ । ହେଲେ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି ଆଉ ଚଳିତ ମାସ ୧୨ତାରିଖରେ ଲୋକପର୍ବ “ମଣ୍ଡେଇ”ନବରଙ୍ଗପୁର ରେ ପାଳନ ହେବ କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ଅଭିଭାଷଣ ଦେଇଥିବା କାର୍ଯ୍ୟ ସମ୍ପାଦନ କରିପାରିଲେ ନାହିଁ ବୋଲି ରୋକଠୋକ ଜିଲ୍ଲା ଭିତ୍ତିକ ଯୁବକ ଯୁବତୀ ମାନେ ଅଭିଯୋଗ କରିଛନ୍ତି। ଏବଂ ଆଗାମୀ ୧୪ତାରିଖ ରେ ମଣ୍ଡେଇ ପଡିଆ ଠାରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଯୁବକ ଯୁବତୀ ଯାଇ ପ୍ରତିବାଦ କରିବେ ବଳି ସ୍ଥିର କରାଯାଇଥବା ଆଜିର ସାମ୍ବାଦିକ ସମ୍ମିଳନୀ ରେ ଯୁବକ ମାନେ କହୁଛନ୍ତି। ଆଜି ଏହି ସମ୍ମିଳନୀ ସମୟରେ ଉପସ୍ଥିତି ଥିଲେ ରାଜେଶ ଜାନିଅନିକେଶ୍ୱର ଶବର ସହ 50 ରୁ ଉର୍ଦ୍ଧ ଯୁବକ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!