ଖୁଲମଖୁଲା ଚାଲିଛି ଖୁଡ଼ଖୁଡ଼ି ଜୁଆ ଖେଳ… ପ୍ରଶାସନ ନିରବ ଦ୍ରଷ୍ଟା

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର,) ୧୫।୧୨: ନବରଙ୍ଗପୁର:-ରାଇଘର ବ୍ଲକର କୁନ୍ଦେଇ ଥାନା ଅଞ୍ଚଳରେ ସାପ୍ତାହିକ ହାଟ ଗୁଡିକରେ ଲଗାତାର ଭାବରେ ବେଆଇନ ଭାବେ ଜୁଆ ଖେଳ ଖୁଡୁଖୁଡି ଜାରୀ ରହିଥିବା ବେଳେ ସର୍ବହରା ହେଉଛନ୍ତି ନିରୀହ ଆଦିବାସୀ l ତେବେ ଉକ୍ତ ଖେଳକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗମ୍ଭୀର ସ୍ଥିତି ଉପୁଜିବା ଦେଖାଯିବା ସହ ସବୁ ମହଲରେ ପ୍ରତିବାଦ ପରେ ଜିଲ୍ଲା ପୋଲିସ ପ୍ରଶାସନ ନିର୍ଦ୍ଧେଶ କ୍ରମେ ଲଗାତାର ଚଢାଉ ପରେ ରାଇଘର ଥାନା ଅଞ୍ଚଳ ର ସବୁ ସାପ୍ତାହିକ ବଜାର ମାନଙ୍କରେ ଜୁଆ ଖେଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ବର୍ତ୍ତମାନ କୁନ୍ଦେଇ ଥାନା ଅଞ୍ଚଳ ରେ ସାପ୍ତାହିକ ହାଟ ଗୁଡିକରେ ଖେଳ ଆରମ୍ଭ ହୋଇଥିବା ଜଣାପଡିଛି l କୁନ୍ଦେଇ ଥାନା ଅଧୀନସ୍ଥ ଛତିଶଗଡ ସୀମାନ୍ତ ହାଟ ମାନଙ୍କରେ ଖୁଲମ୍ ଖୁଲା ଜୁଆ ଖେଳ ଆରମ୍ଭ ହୋଇଛି l କୁନ୍ଦେଇ ଥାନା ଅନ୍ତର୍ଗତ କସକଙ୍ଗା ଠାରେ ଜୋରଦାର ଜୁଆ ଖେଳ ଖୁଡୁଖୁଡି ଆୟୋଜନ ହେଉଥିବା ନେଇ ଜଣାପଡିଛି l ଚାରି ଆଡେ଼ ଖେଳ ବନ୍ଦ ରହିଥିବା ବେଳେ ବର୍ତ୍ତମାନ୍ ସମୟରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି l ସାପ୍ତାହିକ ହାଟ ଠାରୁ ବହୁ ଦୂର ନୀଳଗିରି , ସରଗି ଓ କାଜୁ ଜଙ୍ଗଲ ମଧ୍ୟରେ ଏଭଳି ଜୁଆ ଖେଳ ଅୟୋଜନ ହେଉଥିବା ବେଳେ କୁନ୍ଦେଇ ଥାନା ଅଧୀନରେ ଥିବା କସକଙ୍ଗା ସାପ୍ତାହିକ ହାଟ ଉପରେ ଜୋରଦାର ଖେଳ ହେଉଥିବା ଅଭିଯୋଗ ହୋଇଛି l ଗ୍ରାମାଞ୍ଚଳର ହାଟରେ ଜୁଆ ଖେଳ ଖୁଡୁଖୁଡି ହେଉଥିବା ବେଳେ ଆଦିବାସୀ ଲୋକେ ଏହା ଦ୍ୱାରା ସର୍ବହରା ହେଉଛନ୍ତି l ସପ୍ତାହ ସାରା ମଜୁରୀ କରି ଯାହା ଦୁଇ ପଇସା ରୋଜଗାର କରିଥାନ୍ତି ବଜାର ଦିନ ଜୁଆ ଖେଳ ଖେଳି ସର୍ବହରା ହୋଇଥାନ୍ତି ଘରକୁ ଯିବା ପରେ ଘରେ କୋଳି ଆରମ୍ଭ ସହ ପେଟ ପାଟଣା ନିମନ୍ତେ ବିଭିନ୍ନ ଗଣ୍ଡଗୋଳ ଦ୍ବାରା ନାନା ସମସ୍ୟା ଦେଖା ଦେଉଛି।ବର୍ତ୍ତମାନ ଦଲାଲ ମଧ୍ୟରେ ଭୟ ହେବା ବଦଳରେ ପ୍ରଶାସନ ସହ ମଧୁ ଚନ୍ଦ୍ରିକା ସୃଷ୍ଟି ହୋଇଛି ବୋଲି ଭିନ୍ନ ଚର୍ଚ୍ଚା ହେଉଛି l ପୋଲିସର ବିନା ନିର୍ଦ୍ଧେଶ ରେ ଖେଳ ଅନୁଷ୍ଠିତ ହେବ ନାହିଁ କିନ୍ତୁ ଯେଉଁ ଭଳି ସାପ୍ତାହିକ ହାଟ ଗୁଡିକରେ ଖେଳ ଅନୁଷ୍ଠିତ ହେଉଛି ଜିଲ୍ଲା ପୋଲିସ ପ୍ରଶାସନ ଏଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି l ଲୁଚା ଛପା ଖେଳ ଆୟୋଜନ କରୁଥିବା ଦଲାଲ ମାନଙ୍କ ପ୍ରଶାସନ ସହ ମଧୁ ଚନ୍ଦ୍ରିକା ଯୋଗୁଁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି ଲା ଏଭଳି ଡାବୁଗାଁ ଥାନା ଅଧିନ ପାପଡାହାଣ୍ଡି ବ୍ଲକ କିଛି ଗ୍ରାମ ଯାହାକି ଜାତୀୟ ରାଜ ପଥ 39 ନମ୍ବର ରାସ୍ତାରେ ୫କିଳାମିଟର ଭିତରେ ଚାଲିଥିବା ସୂଚନା ମିଳୁଛି? ପୋଲିସ ପ୍ରଶାସନ ଏଥିପ୍ରତି ଟିକେ ଦୃଷ୍ଟି ଦେଲେ ଭଲ ହାଇଥାନ୍ତା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!