ନୂଆଦିଲ୍ଲୀ,୧୫।୧୨: ବିଜେପିର ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନିତିନ ନବୀନ ସୋମବାର ଦିଲ୍ଲୀ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରତୀୟ ଜନତା ପାର୍ଟି ଏକ ବଡ଼ ନିଷ୍ପତ୍ତି ନେଇ ନୀତିନ ନବୀନଙ୍କୁ ଜାତୀୟ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ଦେଇଛି। ନୀତିନ ନବୀନଙ୍କୁ ଜାତୀୟ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ଦେବା ଅର୍ଥ ହେଉଛି ଯେପର୍ଯ୍ୟନ୍ତ ନୂତନ ସଭାପତି ଆସିନାହାନ୍ତି ସେ ପର୍ଯ୍ୟନ୍ତ ନୀତିନ ନବୀନ ଦାୟିତ୍ୱରେ ରହିବେ। ନୀତିନ ନବୀନ ବର୍ତ୍ତମାନ ବିହାର ସରକାରରେ ମନ୍ତ୍ରୀ ଅଛନ୍ତି। ସେ ବିଜେପିର ଆଗଧାଡିର ଜଣେ ଯୁବ ଚେହେରା ।ନିତିନ ନବୀନ ବର୍ତ୍ତମାନର ବିଜେପି ସଭାପତି ଜେପି ନଡ୍ଡାଙ୍କ ଉତ୍ତରାଧିକାରୀ ହେବା ସମ୍ଭାବନା ବହୁ ଅଧିକ ରହିଛି । ଯଦି ଏପରି ହୁଏ ତେବେ ସେ ପାର୍ଟିର ସବୁଠୁ ଯୁବ ଅଧ୍ୟକ୍ଷ ହେବେ । ନିତିନ ନବୀନ ବାଙ୍କିପୁର ବିଧାନସଭା ଆସନରୁ ଲଗାତାର ପାଞ୍ଚ ଥର ବିଧାୟକ ଅଛନ୍ତି । ୨୦୦୬ରେ ପ୍ରଥମ ଥର ବିଧାୟକ ହୋଇଥିଲେ । ୨୦୨୧ରେ ପ୍ରଥମ ଥର ନୀତୀଶ ସରକାରରେ ମନ୍ତ୍ରୀ ହୋଇଥିଲା ।ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନାଁ ଘୋଷଣା ହେବା ପରେ ନିତିନ ନବୀନ କହିଥିଲେ, “ମୁଁ କେନ୍ଦ୍ରୀୟ ନେତୃତ୍ୱ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ରୀୟ ନେତୃତ୍ୱର ସମସ୍ତଙ୍କୁ ଏହି ସୁଯୋଗ ଦେବା ପାଇଁ କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ନେତୃତ୍ୱକୁ ଆଗକୁ ବଜାୟ ରଖିବି । ଦଳ ମୋତେ ଯେଉଁ ଦାୟିତ୍ୱ ଦେଇଛି ତାହା ମୁଁ ପୂର୍ଣ୍ଣ ଭାବରେ ପାଳନ କରିବି ।”
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |