ମେକ୍ସିକୋରରେ ବିମାନ ଦୁର୍ଘଟଣା ,୧୩୦ ଜଣଙ୍କୁ ଉଦ୍ଧାର

ନୂଆଦିଲ୍ଲୀ,୧୬ା୧୨:ମେକ୍ସିକୋର ଟୋଲୁକା ବିମାନବନ୍ଦର ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି।  ମେକ୍ସିକୋର ମଧ୍ୟ ଭାଗରେ ଏକ ବିମାନ ଦୁର୍ଘଟଣା ଘଟିଛି। ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଛୋଟ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତି କମରେ ୭ଜଣଙ୍କର ମୃତ୍ୟୁ ହୋଇଛି। ଏକ ପ୍ରାଇଭେଟ୍ ଜେଟ୍ ଇମର୍ଜେନ୍ସି ଲ୍ୟାଣ୍ଡିଂ ଚେଷ୍ଟା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମେକ୍ସିକୋ ସିଟିରୁ ପ୍ରାୟ ୫୦ କିଲୋମିଟର ପଶ୍ଚିମରେ ଟୋଲୁକା ବିମାନବନ୍ଦରରୁ ୫ କିଲୋମିଟର ଦୂରରେ ଏକ ଇଣ୍ଡଷ୍ଟ୍ରିଆଲ ଏରିଆ ସାନ ମାଟେଓ ଆଟେନକୋରେ ଘଟିଛି।ବିମାନଟି ମେକ୍ସିକୋର ପ୍ରଶାନ୍ତ ମହାସାଗର ଉପକୂଳରେ ଥିବା ଆକାପୁଲକୋରୁ ଉଡ଼ାଣ କରିଥିଲା। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମେକ୍ସିକୋ ରାଜ୍ୟ ନାଗରିକ ସୁରକ୍ଷା ସଂଯୋଜକ ଆଡ୍ରିଆନ ହର୍ନାଣ୍ଡେଜ୍ କହିଛନ୍ତି। ବିମାନଟି ଏକ ଫୁଟବଲ୍ ପଡିଆରେ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରୁଥିବା ବେଳେ ନିକଟସ୍ଥ ଏକ ବ୍ୟବସାୟିକ ପ୍ରତିଷ୍ଠାନର ଛାତରେ ଧକ୍କା ହୋଇ ବିଶାଳ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିଲା। ହର୍ଣ୍ଣାଣ୍ଡେଜ୍ କହିଛନ୍ତି ଯେ ଘରୋଇ ଜେଟ୍‌ରେ ଆଠ ଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟ ପଞ୍ଜୀକୃତ ହୋଇଥିଲେ। କିନ୍ତୁ ଦୁର୍ଘଟଣାର କିଛି ଘଣ୍ଟା ପରେ କେବଳ ସାତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ପରେ ଆଉ ୩ ଜଣଙ୍କ ମୃତଦେହ ମିଳିଥିଲା। ଅଗ୍ନିକାଣ୍ଡ ଯୋଗୁଁ ସେହି ପାଖ ଅଞ୍ଚଳର ପ୍ରାୟ ୧୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ତଦନ୍ତ ଚାଲିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!