ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି । ଦୁର୍ଘଟଣା ପରେ ବସ୍ ଏବଂ କାରଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଚାରି ଜଣ ପୋଡ଼ି ମୃତ୍ୟୁ ହୋଇଥିବା ସୂଚନା ରହିଛି।ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସୱେର ମଥୁରାରେ ଆଜି ସକାଳେ ଘନ କୁହୁଡି ପାଇଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣ ପ୍ରାଣ ହରାଇଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି । ମଥୁରା ପୋଲିସର ସୂଚନା ଅନୁଯାୟୀ, ଘନ କୁହୁଡ଼ି ଯୋଗୁଁ ୧୨୭ନମ୍ବର ମାଇଲଷ୍ଟୋନ୍ ରେ ଏକ ବସ୍ ଧକ୍କା ହୋଇଥିଲା । ପରେ ସାତୋଟି ବସ୍ ଏବଂ ତିନୋଟି ଛୋଟ ଗାଡ଼ି ପଛକୁ ପଛ ଧକ୍କା ହୋଇଥିଲା । ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପିନ ପଠା ଯାଇଥିବା ମଥୁରା ଏସପି ସୂଚନା ଦେଇଛନ୍ତି । ସୁରକ୍ଷିତ ଯାତ୍ରୀମାନଙ୍କୁ ସରକାରୀ ଗାଡ଼ିରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛନ୍ତି । ତେବେ ଘଟଣାରେ କେହି ଗୁରୁତର ହୋଇ ନଥିବା ସୂଚନା ରହିଛି ।ମଙ୍ଗଳବାର ଭୋର ୪ ଟାରେ ବଳଦେବ ପୋଲିସ ଷ୍ଟେସନ ଅଞ୍ଚଳର ମଲ୍ ଷ୍ଟୋନ୍ ୧୨୭ ରେ ଏହି ଦୁର୍ଘଟଣା ଘଟିଛି। ଜିଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ (ଏସ୍ପି) ସମେତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଚାଲିଛି । ପୋଲିସ, ଅଗ୍ନିଶମ ବାହିନୀ ଏବଂ ଏସଡିଆରଏଫ୍ କର୍ମଚାରୀମାନେ ନିଆଁ ଲିଭାଇବା ଏବଂ ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ କାମ କରୁଛନ୍ତି ।ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଗୁଳି ଫୁଟିବା ପରି ଶବ୍ଦ କରି ଅନେକ ଗାଡ଼ି ଧକ୍କା ହୋଇଥିଲା। ଜୋରରେ ବିସ୍ଫୋରଣ ହୋଇଥିଲା। ସମଗ୍ର ଗାଁ ଘଟଣାସ୍ଥଳକୁ ଦୌଡ଼ି ଆସି ତୁରନ୍ତ ସହାୟତା ପ୍ରଦାନ କରିଥିଲା। ଆମ୍ବୁଲାନ୍ସ କର୍ମଚାରୀ ଅମିତ କୁମାର କହିଛନ୍ତି ଯେ ମୃତାହତଙ୍କ ସଂଖ୍ୟା ବର୍ତ୍ତମାନ ଅଜଣା।ପରବର୍ତ୍ତି ସମୟରେ ମୃତାହତ ଏବଂ ଆହତଙ୍କ ସଂଖ୍ୟା ଜଣାପଡିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |