ଭୁବନେଶ୍ବର ;୧୬।୧୨: ପ୍ରଥମ ଓଡ଼ିଶା ଫାର୍ମା ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶିଳ୍ପ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ଏହି ସମିଟ୍ରେ ଉପସ୍ଥିତ ଅଛନ୍ତି ।ଏହି ଅବସରରେ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି, ଫାର୍ମାସ୍ୟୁଟିକାଲ ଇକୋ ସିଷ୍ଟମ ଏବଂ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିକୁ ବୃଦ୍ଧି କରିବା ହେଉଛି ସରକାରଙ୍କ ଲକ୍ଷ୍ୟ । ଆସନ୍ତା ୨୫ ବର୍ଷରେ ଓଡ଼ିଶା ହେବ ଦେଶର ଗ୍ରୋଥ୍ ଇଞ୍ଜିନ । ଓଡ଼ିଶା ଫାର୍ମା ପଲିସିରେ, ଆଗାମୀ ୫ ବର୍ଷରେ ୨୫ ହଜାର କୋଟିର ପୁଞ୍ଜିନିବେଶ ସହିତ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।ଓଡ଼ିଶା ଫାର୍ମା ସମ୍ମିଳନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର, ଓଡ଼ିଶା ଔଷଧ ଏବଂ ଚିକିତ୍ସା ଉପକରଣ ନୀତି ୨୦୨୫ ଅର୍ଥାତ ଫାର୍ମା ପଲିସିକୁ ଲଞ୍ଚ କରିବେ । ନୂତନ ଫାର୍ମା ନୀତିର ଲକ୍ଷ୍ୟ ହେଉଛି ନିବେଶକୁ ଆକର୍ଷିତ କରିବା । ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିବା ଏବଂ ଜୀବନ ବିଜ୍ଞାନ କ୍ଷେତ୍ରରେ ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଏହି ଅବସରରେ, ଓଡ଼ିଶା ସରକାର ରାଜ୍ୟର ସ୍ୱାସ୍ଥ୍ୟସେବା ଉତ୍ପାଦନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇଟି ଉତ୍ସର୍ଗୀକୃତ ଶିଳ୍ପ ପାର୍କ, ଗୋଟିଏ ଔଷଧ ପାର୍କ ଏବଂ ଅନ୍ୟ ଏକ ମେଡିକାଲ ଡିଭାଇସ୍ ପାର୍କର ଶୁଭାରମ୍ଭ କରାଯିବ । କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଏବଂ ପ୍ରମୁଖ କମ୍ପାନୀଗୁଡ଼ିକ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ, ଯାହା ରାଜ୍ୟର ଔଷଧ ଏବଂ ଚିକିତ୍ସା ଉପକରଣ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |