ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),୨୦।୧୨ :-ପ୍ରଧାନମନ୍ତ୍ରୀଙ୍କ ନୂତନ ପ୍ରୟାସ ସାଂସଦ ଖେଳ ଇଣ୍ଡିଆ ଅନ୍ତର୍ଗତ ସାଂସଦ ଖେଳ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର କ୍ରୀଡ଼ାରେ ପ୍ରତିଭା ସମ୍ପନ୍ନ ଯୁବକ ଯୁବତୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖା ଯାଇଥିବା ସ୍ଥଳେ, ଆଜି ଡାବୁଗାଁ ରେ ଏହା ର ଶୁଭାରମ୍ଭ କରା ଯାଇଛି। ମାଁ ଠାକୁରାଣୀ ଙ୍କ ପୂଜା ଅର୍ଚ୍ଚନା ପରେ ମୋଶାଲ଼ ପ୍ରଜ୍ଜଳିତ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରା ଯାଇଥିଲା। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର ଓ ରାଜେନ୍ଦ୍ର ବିଶୋଇ , ବିଜେପି ର ବରିଷ୍ଠ ନେତା ଜେ ରାଜଶେଖର ରାଓ, କଂଗ୍ରେସ ସଭାପତି ଜି ସାଇ ରାଜୁ, ବିଜେଡି ର ବରିଷ୍ଠ ନେତା ଏମ ଆପା ରାଓ, ବିଜେପି ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ଜି କିରଣ, ଜି ସତ୍ୟ ରାଓ, ପାପିନ ମୁନି, ଓ୍ବାଇ ରାଜ କୁମାର, ମହେଶ ପାତ୍ର ସମେତ ବିଭିନ୍ନ ଅନୁଷ୍ଠାନ ର ଛାତ୍ରମାନେ ମାଁ ଠାକୁରାଣୀ ମନ୍ଦିର ରୁ ଏକ ଶୋଭାଯାତ୍ରାରେ ଭୈରବ ମହାବିଦ୍ୟାଳୟ ପଡିଆ ପର୍ଯ୍ୟନ୍ତ ଯାଇଥିଲେ। ବି. ଏସ୍.ଏସ୍. ଓ ଯତୀନ ପାଣିଗ୍ରାହୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଡବ୍ଲୁ. ଇ. ଓ. ଆଦିର୍ଯ୍ୟ ନାରାୟଣ ରଥ ଓ ଡାବୁଗାଁ ବ୍ଲକ ରେ କାର୍ଯ୍ୟରତ କର୍ମଚାରୀ ମାନେ ଆୟୋଜନ ର ତଦାରଖ କରିଥିଲେ।ସୂଚନାଯୋଗ୍ୟ ଯେ ଏହି ଅବସରରେ ଦୁଇଦିନ ବ୍ୟାପୀ ବିଭିନ୍ନ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ ।,
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |