ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୨୧।୧୨ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡର ଏହା ଦ୍ୱିତୀୟ ଘଟଣା ।:ଦକ୍ଷିଣ ଆଫ୍ରିକାରେ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୧୦ଜଣ ଆହତ ହୋଇଥିବା ସୂଚନା ରହିଛି ।ଖବର ଅନୁସାରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ନିକଟସ୍ଥ ଏକ ଟାଉନସିପରେ ଅଜଣା ବନ୍ଧୁକଧାରୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଗୁଳିମାଡରେ ୧୦ଜଣ ପ୍ରାଣ ହରାଇବା ସହ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ସହରରୁ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ବେକର୍ସଡାଲରେ ଗୁଳିକାଣ୍ଡର ହୋଇଛି । ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିଛି ।ଦକ୍ଷିଣ ଆଫ୍ରିକାରେ ଏହା ପ୍ରଥମ ଆକ୍ରମଣ ନୁହେଁ ବରଂ ଦ୍ବିତୀୟ ଗୁଳିକାଣ୍ଡ । ଏହା ପୂର୍ବରୁ ଡିସେମ୍ବର ୬ ତାରିଖରେ ରାଜଧାନୀ ପ୍ରିଟୋରିଆ ନିକଟରେ ଥିବା ଏକ ହଷ୍ଟେଲରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ଏକ ତିନି ବର୍ଷର ଶିଶୁ ସମେତ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ୬୩ ନିୟୁତ ଜନସଂଖ୍ୟାବିଶିଷ୍ଟ ଦକ୍ଷିଣ ଆଫ୍ରିକାରେ ବିଶ୍ବରେ ସର୍ବାଧିକ ହତ୍ୟାକାଣ୍ଡ ଘଟିଚାଲିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!