ଡାବୁଗାଁ ଧାନ ମଣ୍ଡି‌ ଶୁଭାରମ୍ଭ ହେଲା

ନବରଙ୍ଗପୁର ( ପ୍ରିୟଦର୍ଶିନୀ ପାତ୍ର,  )୨୩।୧୨: ଡାବୁଗାଁ ରେ ଖରିଫ୍ ଧାନ ପାଇଁ ମଣ୍ଡି ଆରମ୍ଭ ହୋଇ ଯାଇଛି। ଏହି ଅବସରରେ ଆର୍ ଏମ୍ ସି ଗୁଦାମ ସନ୍ନିକଟେ ଅନୁଷ୍ଠିତ ଏକ ବୈଠକ କୁ ପରିଚାଳନା କରିଥିଲେ ଆର୍ ଏମ୍ ସି ସେକ୍ରେଟାରୀ କପିଳେନ୍ଦ୍ର ସାସମଲ। ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସହ ମଞ୍ଚାସିନ ଥିଲେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବରିଷ୍ଠ ଆଇନଜୀବି ତଥା ବ୍ଲକ କୃଷକ ପ୍ରତିନିଧି ଜୟନ୍ତ କୁମାର ପାତ୍ର, ବିଜେପି ର ବରିଷ୍ଠ ନେତା ଜେ ରାଜଶେଖର ରାଓ, ଏମ୍ ଆପା ରାଓ, ଜି ସାଇ ରାଜୁ, ବିଡ଼ିଓ ଶରତ ମାଝୀ, ଏମ୍ ବୁଲୁ ରାଓ, ସୁରେନ୍ଦ୍ର ମିଶ୍ର,ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, ବଂଶୀଧର ମାଝୀ, ବଣ୍ଟି ସିଂ ଏବଂ ଅନ୍ୟମାନେ। ସମସ୍ତ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ ଆର୍ ଏମ୍ ସି ସୁପୋରଭାଇଜର ଦାୟିତ୍ଵ ନିର୍ବାହ କରୁଥିବା ଶୁସାନ୍ତ କୁମାର ପାଳ। ଡାବୁଗାଁ କ୍ୟାମ୍ପ ରେ ହେଉଥିବା ଅନିୟମିତତା ବିରୋଧରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର,ସମାଜ ଲୋକସେବକ ମଣ୍ଡଳ ତରଫରୁ ପୁରସ୍କୃତ ଚାଷୀ ଦେବରାଜ ପାତ୍ର ଏବଂ ଚାଷୀ ପ୍ରତିନିଧି ମାନେ ଆର୍ ଏମ୍ ସି ସେକ୍ରେଟାରୀଙ୍କ ନିକଟରେ ଅନେକ ପ୍ରଶ୍ନ ପଚାରିଥିଲେ । ମଣ୍ଡି ପ୍ରତିନିଧି ଜି କିରଣ ରାଓ, ରାଜେନ୍ଦ୍ର, କିଶୋର, ଦଶମୁ କଲାର, ମିଲେର୍ସ ସଂଘର ଜି. ଭେଙ୍କଟ ରାଓ, ଜି ବାବୁଲି ରାଓ, ଜି ସତ୍ୟ ରାଓ, ରାଜେଶ ଅଗ୍ରୱାଲ ସମେତ ପାପିନ ମୁନି, ସୁମିତ ସିଂ ଠାକୁର, କୁନୁ ପାତ୍ର, ସ୍ବୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀମାନେ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!