ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ,୨୩।୧୨ : ବାଂଲାଦେଶ ସରକାର ନୂଆଦିଲ୍ଲୀସ୍ଥିତ ଏହାର ଦୂତାବାସ (ଉଚ୍ଚାୟୁକ୍ତ) କାର୍ଯ୍ୟାଳୟରେ ସମସ୍ତ ଭିସା ଓ ବାଣିଜ୍ୟିକ ସେବାକୁ ବନ୍ଦ କରିଦେଇଛନ୍ତି। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ତୌହିଦ୍ ହୁସେନ କହିଛନ୍ତି ଯେ କେତେକ ଅପ୍ରତ୍ୟାଶିତ ଘଟଣାକୁ ନେଇ ନୂଆଦିଲ୍ଲୀସ୍ଥିତ ଦୂତାବାସରେ ସମସ୍ତ ଭିସା ଓ ବାଣିଜ୍ୟିକ ସେବାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯାଇଛି। ରବିବାର ପ୍ରଥମେ ବାଂଲାଦେଶର ଦକ୍ଷିଣପୂର୍ବ ବନ୍ଦର ସହର ଚଟ୍ଟଗ୍ରାମରେ ଭାରତ ଆଇଭିଏସି (ଇଣ୍ଡିଆନ ଭିସା ଆପ୍ଲିକେସନ୍‌ ସେଣ୍ଟର) ରେ ଭିସା ସେବା ବନ୍ଦ କରିଦେଇଥିଲା। ଚଟ୍ଟଗ୍ରାମ ସ୍ଥିତ ଏଏଚସିଆଇ (ଆସିଷ୍ଟାଣ୍ଟ ହାଇ କମିସନ ଅଫ ଇଣ୍ଡିଆ) ବାହାରେ ଏକାଧିକ   ରୁଣ୍ଡ ହେବାପରେ ଭାରତ ଏହି ପଦକ୍ଷେପ ଗ୍ରହଣ କରିଥିଲା। ଏହାପରେ ବାଂଲାଦେଶ ମଧ୍ୟ ଯେସାକୁ ତେସା ନୀତି ଅବଲମ୍ବନ କରିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା ବେଳେ, ଏହାର ପାଲଟା ଜବାବରେ ବାଂଲାଦେଶ ମଧ୍ୟ ସୋମବାର ଠାରୁ ନୂଆଦିଲ୍ଲୀ ସ୍ଥିତ ନିଜର ହାଇକମିଶନରେ ଭାରତୀୟଙ୍କ ପାଇଁ ଭିସା ଓ କନସୁଲାର ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛି।ବାଂଲାଦେଶର ଜଣେ ପ୍ରମୁଖ ଯୁବ ନେତା ଶରିଫ୍ ଓସମାନ ହାଦିଙ୍କ ମୃତ୍ୟୁ ପରେ ପରିସ୍ଥିତି ଜଟିଳ ହୋଇଛି। ଗତବର୍ଷ ଶେଖ ହସିନାଙ୍କ ସରକାର ହଟାଇବାରେ ସେ ଜଣେ ମୁଖ୍ୟ ଚେହେରା ଥିଲେ। ତାଙ୍କ ମୃତ୍ୟୁ ପରେ ବାଂଲାଦେଶରେ ବ୍ୟାପକ ହିଂସା ଦେଖାଦେଇଥିଲା।ଚଟ୍ଟଗ୍ରାମ ସ୍ଥିତ ଭାରତୀୟ ସହକାରୀ ହାଇକମିଶନ ସମ୍ମୁଖରେ ବିକ୍ଷୋଭ ଏବଂ ସୁରକ୍ଷା ଜନିତ ସମସ୍ୟା ଦେଖାଦେବାରୁ, ଭାରତ ରବିବାର ଠାରୁ ସେଠାରେ ଭିସା ଆବେଦନ କେନ୍ଦ୍ର (IVAC) କୁ ବନ୍ଦ କରିଦେଇଥିଲା।ଭାରତର ଏହି ନିଷ୍ପତ୍ତିର ଜବାବରେ ନୂଆଦିଲ୍ଲୀ ସ୍ଥିତ ବାଂଲାଦେଶ ମିଶନ ପକ୍ଷରୁ କୁହାଯାଇଛି ଯେ, ‘ଅପରିହାର୍ଯ୍ୟ ପରିସ୍ଥିତି’ ଯୋଗୁଁ ସମସ୍ତ ଭିସା ଓ କନସୁଲାର ସେବାକୁ ସାମୟିକ ଭାବେ ବନ୍ଦ କରାଗଲା।ବାଂଲାଦେଶ କହିଛି ଯେ ଶନିବାର ଏହାର ଦୂତାବାସ ବାହାରେ ହୋଇଥିବା ବିକ୍ଷୋଭକୁ ନେଇ ଏପରି ନିଷ୍ପତ୍ତି ନିଆଯାଇଛି। ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯିବା ପ୍ରତିବାଦରେ କେତେକ ଲୋକ ଏହାର ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାଂଲାଦେଶରେ ଲାଗି ରହିଥିବା ହିଂସାକୁ ନେଇ ଭାରତ ସରକାର ଚିଟାଗଙ୍ଗସ୍ଥିତ ଭିସା ଆବେଦନ କେନ୍ଦ୍ରକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!