ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)୨୯/୧୨/୨୫ : ରିଖ ସମବାର ଦିନ ଦିନ ୧୧ ଘଣ୍ଟା ସମୟରୁ ଓଡ଼ିଶା ସାମାଜିକ ନିରାପତ୍ତା ପେନସନଧାରୀ ମହାସଙ୍ଘ ଚନ୍ଦାହାଣ୍ଡି ବ୍ଲକ କମିଟି ପକ୍ଷରୁ ବ୍ଲକ ସଂପାଦିକା ସୁଶ୍ରୀ ପାର୍ବତୀ ଧୁରୁଆ ଙ୍କ ନେତୃତ୍ବ ରେ ଚନ୍ଦାହାଣ୍ଡି ହାଟପଦା ଠାରୁ ପ୍ରାୟ ୫୦୦୦ ହଜାର ସାମାଜିକ ନିରାପତ୍ତା ପେନସନଧାରୀ ନିଜ ବିଭିନ୍ନ ସମସ୍ୟାକୁ ନେଇ ସଭାଜାତ୍ରା ଦ୍ଵାରା ଚନ୍ଦାହାଣ୍ଡି ବିଡ଼ିଓ ଙ୍କୁ ଓ ବିଡ଼ିଓ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଓଡ଼ିଶା, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ଜିଲ୍ଲାପାଳ ନବରଙ୍ଗପୁର ଙ୍କ ନିକଟକୁ ଏକ ୬ ଦଫା ଦାବୀପତ୍ର ପ୍ରଦାନ କରାଗଲା , ଏହି ଦାବୀପତ୍ର ପ୍ରଦାନ ସମୟରେ ଚନ୍ଦାହାଣ୍ଡି ବ୍ଲକ ମଧ୍ୟର ୧୪ ଗୋଟି ପଞ୍ଚାୟତର ପେନସନଧାରୀ ମାନଙ୍କ ସହ ମହାସଂଘର ବ୍ଲକ ସଭାପତି ସବିତା ନାଗ , ରାଜ୍ୟ ମୁଖ୍ୟ ଉପଦେଷ୍ଟା ଶ୍ରୀ ରାଜେଶ ଜାନି, ଘମେ ଗୌଡ , ଲଚେନି ଭୋଇ , ଝନକଦେଇ ମାଝୀ, ମହନ ମାଝୀ , ଗସ୍ତମ୍ ପୁଜାରୀ, ପିଲାବାଇ ମାଝୀ ,ଦେବକୀ ନାଗ, ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ ସହ ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ବ ପେନସେନ ଧାରୀ ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଯଦି ଦାବୀ ଗୁଡିକ ରାଜ୍ୟ ସରକାର୍ ପୂରଣ ନ କରନ୍ତି ତାହେଲେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଓ ରାଜ୍ୟ ସ୍ତରରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ସାମାଜିକ ନିରାପତ୍ତା ପେନସେନାଧାରୀ ମହାସଂଘ ଚେତାବନୀ ଦେଇ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |