ଜିଲ୍ଲା ବାହାର ଠିକାଦାରକୁ ନବରଙ୍ଗପୁର ଜିଲ୍ଲାରେ କାମକରିବା ମନା
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) ୨ /୧ /୨୧ :-ଆଜି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଠାରେ ସୁପର କ୍ଲାସ,ଏ କ୍ଲାସ ଏବଂ ବି କ୍ଲାସ ଠିକାଦାର ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କମିଟି ଗୋଠନ କରା ଗଲା।ଏହି କମିଟି ଗୋଠନ ର ମୁଖ୍ୟ ଲକ୍ଷ୍ୟ ହେଲା ଜିଲ୍ଲା ବାହାର ଠିକଦାର ଙ୍କୁ ନବରଙ୍ଗପୁର ଜିଲ୍ଲାରେ ଠିକା କାମ କରିବାକୁ ଦିଅ ଯିବ ନାଇଁ।ଜିଲ୍ଲାର କଣସି ଠିକାଦାର ବାହାର ଜିଲ୍ଲାର ଠିକାଦାର କୁ କଣସି ପ୍ରକାର ସହଯୋଗ କରିବେ ନାହିଁ।ଡାବୁଗାଁ ଠାରେ ଆୟୋଜିତ ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଜିଲ୍ଲା ସଭାପତି ଭାବରେ ସୁଧୀର ପଣ୍ଡାଙ୍କୁ, ସାଧାରଣ ସମ୍ପାଦକ ଭାବେ ହିମାଂଶୁ ଶେଖର ନାୟକଙ୍କୁ, ଉପସଭାପତି ଭାବରେ ଶିବ ରାମ ରାଜୁଙ୍କୁ, କୋଷାଧକ୍ଷ ଭାବେ ସନ୍ଦୀପ ବିଷୟୀଙ୍କୁ ମନନୀୟ କରାଗଲା। ଏଭଳି କର କମେଟି ସଦର୍ଶ ମାନେ ହେଲେ କୈଳାସ ବିଷୟୀ, ସଂଗ୍ରାମ ନାୟକ, ଚନ୍ଦ୍ରଶେଖର ସ୍ୱାଇଁ, ପ୍ରଭାତ ବିଷୟୀ, ଜିତୁ ଚୌଧୁରୀ, ଏଲ ଏନ ଜୈନ, ସୁବରାଓ ସେନାପତି ଙ୍କୁ ମନନୀତ କରାଗଲା, ଏହି ନବ ନିର୍ମିତ ଜିଲ୍ଲା ସ୍ତରୀୟ ଠିକାଦାର ସଙ୍ଘର ଉପଦେଷ୍ଟା ମାନେ ହେଲେ ଡାବୁଗାଁ ଅଂଚଳର ସମାଜ ସେବି ତଥା ବରିଷ୍ଟ ଠିକାଦାର ମଳୟ ବିଷୟୀ, ଏବଂ ଗୋପାଳ କୃଷ୍ଟନ ଭଞ୍ଜ। ଆଜି ଏହି ବୈଠକରେ ଠିକାଦାର ଆଲୋକ ବିଷୟୀ ସହ ଜିଲ୍ଲାର ସମସ୍ତ ବ୍ଲକରୁ 30 ରୁ ଉର୍ଦ୍ଧ ସୁପର କ୍ଲାସ, ଏ କ୍ଲାସ, ବି କ୍ଲାସ ଠିକାଦାର ଉପସ୍ଥିତି ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |