ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)୧ /୧ /୨୬ : ଆଜି ଡାବୁଗାଁ ବ୍ଲକ ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମ ରେ ମହିମା ସମାଜ ର ଧୂନୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ବ୍ରହ୍ମ ଅବଧୂତ ଅନାଦୀ ବାବା ଙ୍କ ତତ୍ବାବଧାନରେ ପବିତ୍ର ଅଙ୍ଗୀ ନଦୀ ରୁ ଭଉଣୀମାନେ ପୂର୍ଣ୍ଣ କଳସ ଗୁଡ଼ିକ ଯଜ୍ଞ ସ୍ଥଳକୁ ଆଣିଥିଲେ। ଏହି ଅବସରରେ ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ, ଜି କିରଣ କୁମାର, ଆଇନଜୀବି ମିହିର ଶଙ୍କର ପାତ୍ର, ଗଗନ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ। ଦିବାକର ବିଶୋଇ , ଘନଶ୍ୟାମ ମାଝୀ ,ଶିବ ଗୌଡ଼, ଯୁଗସାଏ ମାଝୀ, ଲମ୍ବୁ ବିଷୋୟୀ, ଦାମ ଗୁରୁ ଏବଂ ଅନ୍ୟମାନେ ଆଜି ର କାର୍ଯକ୍ରମ କୁ ତଦାରଖ କରିଥିଲେ। ଆସନ୍ତା କାଲି ବ୍ରହ୍ମ ମୂହୁର୍ତ୍ତ ରୁ ଯଜ୍ଞର ଶୁଭାରମ୍ଭ ହେବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |