ଭୁବନେଶ୍ବର ୪।୧:ଭୁବନେଶ୍ବର ରୂପାଲି ଛକରେ ‘ଆମ ବସ୍’ ଦ୍ବାରା ବାରମ୍ବାର ଦୁର୍ଘଟଣା ପରେ ଆକ୍ସନ ମୋଡରେ କମିଶନରେଟ ପୋଲିସ । ରବିବାର ଠାରୁ ପ୍ରତି ଥାନା ଅଞ୍ଚଳରେ ଯାଉଥିବା ‘ଆମ ବସ୍’ ଡ୍ରାଇଭର ମାନଙ୍କର ଚାଲିଛି ଚେକିଂ । ବ୍ରେଥଲର ମେସିନ ସହାୟତାରେ ଚାଲିଛି ଯାଞ୍ଚ । ଯେଉଁ ଡ୍ରାଇଭର ମଦ୍ୟପାନ କରି ଆମ ବସ୍ ଚଳାଉଥିବେ ତାଙ୍କ ବିରୁଦ୍ଧରେ ହେବ ଆକ୍ସନ । ଏହି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଭୁବନେଶ୍ଵର ଡିସିପି ସୂଚନା ଦେଇଛନ୍ତି ।ଭୁବନେଶ୍ବରରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଚେକିଂ ବେଳେ ରହିଲା ନାହିଁ ‘ଆମ ବସ୍’ । ଗୋଟିଏ ବସ୍ ଚେକିଂ ବେଳେ ଦ୍ରୁତ ଗତିରେ ପଳାଇଲା ‘ଆମ ବସ୍’ । ପିଛା କରି ‘ଆମ ବସ୍’କୁ ଧରିଲା ପୋଲିସ । ଡମଣା ଛକରେ କାବୁ ହେଲା ‘ଆମ ବସ୍’ । ‘ଆମ ବସ୍’କୁ ଜବତ କଲା ଖାରବେଳନଗର ଥାନା ପୋଲିସ । ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା । ଖସି ପଳାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।ଅନ୍ୟପଟେ ଟ୍ରାନ୍ସପୋର୍ଟ କମିଶନର ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ସମସ୍ତ ଆମ ବସ୍କୁ ଚେକିଂ ଆରମ୍ଭ କରିଛନ୍ତି । ପ୍ରଥମେ ମାଷ୍ଟରକ୍ୟାଣ୍ଟିନ ଠାରୁ ରାମ ମନ୍ଦିର ରାସ୍ତାରେ ଯାଉଥିବା ‘ଆମ ବସ୍’ ଚେକିଂ କରାଯାଇଛି । କୌଣସି ଭୁଲ୍ ପରିଲକ୍ଷିତ ହେଲେ ସେହି ଗାଡି ସହ ଡ୍ରାଇଭରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଟ୍ରାନ୍ସପୋର୍ଟ କମିଶନ ଅମିତାଭ ଠାକେର ସୂଚନା ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |