ପୁରୀ,୭।୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି। ବୁଧବାର ଶ୍ରୀମନ୍ଦିର ଭିତର କାଠ ନିକଟରେ ବାନ୍ତି ପଡ଼ିଥିବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଭିତର କାଠ ନିକଟରେ ବାନ୍ତି ପଡ଼ିଥିବା ନେଇ ସେବାୟତ ଦେଖିଥିଲେ । ଏହାପରେ ଗାରଦଙ୍କୁ ସୂଚନା ଦିଆଯାଇଥିଲା । ଏହାପରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ମହାସ୍ନାନ କରାଯାଇଛି । ଏହି କାରଣରୁ ପ୍ରାୟ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |