ଅବପାତର ରୂପ ନେଲା ଲଘୁଚାପ :ଆଗାମୀ 48 ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୭।୧: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ରୂପ ନେଇଛି। ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ସମ୍ଭାବନା ରହିଛି। ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି।ଆଜି ସକାଳ ୫ଟା ୩୦ରେ ସମାନ ଅଞ୍ଚଳରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ବିଷୁବରେଖା ନିକଟସ୍ଥ ପୂର୍ବ ଭାରତ ମହାସାଗର ଆଡ଼କୁ ଗତି  କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ସମେତ ଦକ୍ଷିଣ ଭାରତର ଏକାଧିକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି।ଅନ୍ୟପକ୍ଷରେ, ଅନେକ ରାଜ୍ୟରେ ଥଣ୍ଡା ବୃଦ୍ଧି ପାଇବା ଆରମ୍ଭ କରିଛି। ଆଜି ୨୩ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୩୮ସହରରେ ୧୨ ଡିଗ୍ରୀ ତଳେ ସର୍ବନିମ୍ନ ରାତି ତାପମାତ୍ରା ରହିଥିବା ସୂଚନା ମିଳିଛି। ୩ ଡିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ସେମିଳିଗୁଡାରେ ୪.୧, ଫୁଲବାଣୀ ୫, ରାଉରକେଲା ୫.୧ ଡିଗ୍ରୀ, ଝାରସୁଗୁଡ଼ା ୫.୪, ଦାରିଙ୍ଗବାଡ଼ି ୭, କିରୋଇ ୭.୪ ଡିଗ୍ରୀ, କେନ୍ଦୁଝର ୭.୬, ଚିପିଲିମା ୭.୭, ସୁନ୍ଦରଗଡ଼ ଓ ଭବାନୀପାଟଣା ୭.୮ ଡିଗ୍ରୀ ରେକର୍ଡ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!