ଜିଦରେ ଅଟଳ ଡାକ୍ତର : ସରକାର ଲଗାଇଲେ ‘ଏସ୍‌ମା’

ଭୁବନେଶ୍ୱର,୭ା୧:   ଓପିଡିରେ ନାହାନ୍ତି ଡାକ୍ତର ।ଆଜି ମଧ୍ୟ ଚାଲିଛି ଓପିଡି ବନ୍ଦ ଆନ୍ଦୋଳନ। ରାଜ୍ୟବ୍ୟାପୀ ୨ ଘଣ୍ଟାଧରି ଓପିଡି ବନ୍ଦ କରି ପ୍ରତିବାଦ ଚଳାଇଛନ୍ତି ଡାକ୍ତର । ଓପିଡି ବନ୍ଦ ଆନ୍ଦୋଳନ ଯୋଗୁ ରାଜ୍ୟରେ ରୋଗୀ ସେବା ଭୀଷଣ ଭାବେ ପ୍ରଭାବିତ ହୋଇଛି । ଏଣୁ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗତକାଲି ଏସମା କଟକଣା ଲଗାଇଥିଲେ ରାଜ୍ୟ ସରକାର ।ରାଜ୍ୟରେ ଡାକ୍ତର ସଂଘ(ଓମ୍‌ସା) ପକ୍ଷରୁ ଜାରି ରହିଥିବା ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ଜରୁରୀ ସେବା ପରିଚାଳନା ଆଇନ(ଏସ୍‌ମା) ଲାଗୁ କରାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଓଡ଼ିଶା ମେଡିକାଲ ସେବା ସଂଘ ବା ଓମସା ଏହାକୁ ନମାନି ୨ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରଖିଛି । ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛି ଓମସା। ESMA ଆଇନ ଲାଗୁ ହେଲେ ଜରୁରୀକାଳୀନ ସେବାକୁ ରୋକା ଯାଇପାରିବନି କିମ୍ବା ଆନ୍ଦୋଳନ କରି ଏହାକୁ ବନ୍ଦ କରି ହେବନି।  ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡାକ୍ତର, ନର୍ସିଂ ଅଫିସର, ଫାର୍ମାସୀ ଅଫିସର, ଅନ୍ୟାନ୍ୟ ପାରାମେଡିକାଲ କର୍ମଚାରୀ, ଟେକ୍ନିସିଆନ, ଶ୍ରେଣୀ-୩ ଓ ୪ କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମେତ ରାଜ୍ୟର ସରକାରୀ ହସ୍ପିଟାଲ ଓ ଡିସ୍‌ପେନ୍‌ସେରିରେ ଚିକିତ୍ସା ସେବା ଓ ପରିଚାଳନା ସହ ସଂପୃକ୍ତ ସେବା/ନିଯୁକ୍ତିରେ କାମ ବନ୍ଦ କରି ଆନ୍ଦୋଳନ କରିବାକୁ ନିଷେଧ କରିଛନ୍ତି, ଯାହାଦ୍ୱାରା ରାଜ୍ୟର ସ୍ବାସ୍ଥ୍ୟସେବା ଅବ୍ୟାହତ ରହିବ ଏବଂ ଲୋକେ ବିଶେଷ ଭାବେ ଉପକୃତ ହୋଇପାରିବେ। ମାତ୍ର ଡାକ୍ତରୀ ସଂଘ ପକ୍ଷରୁ କେତେକ ଦାବି ନେଇ ଏବେ ଆନ୍ଦୋଳନ ଚାଲୁରହିଛି। ଏହାଦ୍ୱାରା ଜନସାଧାରଣ ସ୍ବାସ୍ଥ୍ୟସେବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଓଡ଼ିଶା ଜରୁରୀ ସେବା ଆଇନ-୧୯୮୮ (ଓଡ଼ିଶା ଆଇନ-୯, ୧୯୯୨)ର ଧାରା-୩ର ଉପଧାରା(୧) ସହ ଧାରା-୨ ଦ୍ୱାରା ପ୍ରଦତ୍ତ କ୍ଷମତାର ବ୍ୟବହାର କରିଛନ୍ତି। ଫଳରେ ଉପରୋକ୍ତ ବର୍ଗର ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନେ ଯେପରି ଆନ୍ଦୋଳନକୁ ନ ଓହ୍ଲାଇବେ ତାହାକୁ ଦୃଷ୍ଟିରେ ରଖି ଏହି ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଉଛି। ଏହି ଆଦେଶ ଆସନ୍ତା ୬ ମାସ ପାଇଁ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମାରେ ସ୍ବତନ୍ତ୍ର ସଚିବ ଦର୍ଶାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!