ଭୁବନେଶ୍ୱର,୭।୧: ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ୩ଟି ମୁଖ୍ୟ ଦାବି ରଖିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେଗୁଡିକ ହେଲା ବେଗୁନିଆ, ସୁନାଖେଳା ଓ ପୁବୁଶାହୀରେ ୩ଟି ବାଇପାସ ନିର୍ମାଣ, ଖୋର୍ଦ୍ଧା-ନୟାଗଡ଼ ରାସ୍ତା ପ୍ରାୟ ୬୫ କି.ମି.କୁ ୪ ଲେନ କରିବା, ଏନଏଚ ୫୭ର ଅତ୍ରି ଓ ବାଘମାରି ନିକଟରେ ଅଣ୍ଡରପାସ ନିର୍ମାଣ ପାଇଁ ଦାବି କରିଛନ୍ତି। ୩ଟି ବାଇପାସ ଓ ଅଣ୍ଡରପାସ ନିର୍ମାଣକୁ ଅନୁମୋଦନ ମିଳିଛି ବୋଲି ଅପରାଜିତା କହିଛନ୍ତି। ପ୍ରାୟ ୧୧୧ କୋଟି ଟଙ୍କାରେ ତିଆରି ହେବ ବାଇପାସ ଓ ଅଣ୍ଡରପାସ। ଖୋର୍ଦ୍ଧା-ନୟାଗଡ଼ ରାସ୍ତା ୪ ଲେନ ଯଥାବିଧି ପ୍ରକ୍ରିୟା ଅନୁସାରେ କରାଯିବ ସାଂସଦ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |