ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) ୮ /୧ /୨୬ :-ଡାବୁଗାଁ ବ୍ଳକ ସଦରମହକୁମା ଜୟନ୍ତୀ ନଗର ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ତ୍ରୟୋବିଂଶ ବାର୍ଷିକ ଉତ୍ସବ-୨୦୨୫-୨୬ ମହାସମାରୋହରେ ବୁଧବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏମ୍. ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପ୍ରାନ୍ତ କୁଟୁମ୍ବ ପ୍ରବୋଧନ ଡାଃ ବିପିନ ବିହାରୀ ମିଶ୍ର, ସମ୍ମାନୀତ ଅତିଥି ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ରଶ୍ମିତା ନେତାମ, ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ସଞ୍ଜୟ କୁମାର ପାଢ଼ୀ, ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ l ପ୍ରଥମେ ଭାରତ ମାତା, ଓଂ, ବୀଣାପାଣି ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ଧୂପ, ଦୀପ ପ୍ରଜ୍ଜ୍ଵଳନ, ନାରିକେଳ ଫୁଟାଇ ମଞ୍ଚାସୀନ ହେବା ପରେ ସରସ୍ଵତୀ ବନ୍ଦନା କରା ଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ବିଦ୍ୟାଳୟର ସମ୍ପାଦକ ଶ୍ରୀ ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ସ୍ୱାଗତ ନୃତ୍ୟ, ସ୍ୱାଗତ ସଙ୍ଗୀତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କରାଯାଇଥିଲା lପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଚୌଧୁରୀ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରିଥିଲେ | ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢି ନିଜର ବିଦ୍ୟାଳୟ ନାମ ସହ ନିଜ ବ୍ଳକ, ଜିଲ୍ଲା, ରାଜ୍ୟ ର ନାମ ରଖିବା, ଜଣେ ଭଲ ମଣିଷ ହେବା, ଭବିଷ୍ୟତରେ ଛାତ୍ର ଛାତ୍ରୀ ମାନେ ଉନ୍ନତି କରିବା ପାଇଁ ପରାମର୍ଶ ଦେଇଥିଲେ | ପରେ ବିଭିନ୍ନ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ସମସ୍ତ ଅଭିଭାବକ, ଅଭିଭାବିକା,ଭଦ୍ରବ୍ୟକ୍ତି ମାନଙ୍କୁ ବେଶ୍ ଆନନ୍ଦିତ କରାଇ ଥିଲେ l ସମସ୍ତ ଗୁରୁଜୀ, ଗୁରୁମା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରି ଉତ୍ସବ କୁ ସରସ ସୁନ୍ଦର କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |