ଡାବୁଗାଁ ବନବିଭାଗ ତରଫରୁ ଚଡଉ ୮୩ କଇଁଛ ଉଦ୍ଧାର , ୨ଗିରଫ

ଡାବୁଗାଁ( ପ୍ରିୟଦର୍ଶିନୀ ପାତ୍ର)୯ /୧ /୨୬ :- ନବରଙ୍ଗପୁର ବନଖଣ୍ଡ ଅଧିନ ଡାବୁଗାଁ ବନାଞ୍ଚଳର ମାଇଦଲପୁର ସେକ୍ସନରେ ଗୁରୁବାର ସନ୍ଧ୍ୟା ସମୟରେ ନବରଙ୍ଗପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ବେହେରାଙ୍କ ନେତୃତ୍ୱ lରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ଭତ୍ରାଙ୍କ ତତ୍ତ୍ଵାବଧାନରେ ୮୩ଟି କଇଁଛ ଜବତ କରିବା ସହ ୨ଜଣ କଇଁଛ ବେପାରୀ ଙ୍କୁ ଗିରଫ କରାଯାଇଛି । ସୁଚନା ଯୋଗ୍ୟ ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମର ପବିତ୍ର ସରକାର (୩୦) ଓ ରାମ ପ୍ରାସାଦ ସରକାର (୩୪) ଏକ ମୋଟସାଇକଲ ନଂ ଓଡ଼ି ୨୪ଜି ୪୫୪୮ ଯୋଗେ ୮୩ଟି କଇଁଛ ବିକ୍ରି କରିବା କୁ ନେଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଡାବୁଗାଁ ବଣପାଳ ଶ୍ରୀ ଭତ୍ରା ଙ୍କ ଜରୀଆରେ ମଇଦଲପୁର ଛକ ନିକଟରେ କଇଁଛ ସହ ବେପାରୀଙ୍କୁ ମୋଟରସାଇକଲ ସହ ଧରିଥିଲେ । ପରେ ଶୁକ୍ରବାର ଦିନ ଉକ୍ତ ବେପାରୀ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉଦ୍ଧାର କଇଁଛ କୁ ଇନ୍ଦ୍ରାବତୀ ଡ୍ୟାମ ରେ ଛଡାଯିବ ବୋଲି ଶ୍ରୀ ଭତ୍ରା ସୁଚନା ଦେଇଛନ୍ତି । ଏହି ସମୟର ଫରେଷ୍ଟର ମାଧୁସୁଦନ ପାତ୍ର, ଉମାଶଙ୍କର ମିଶ୍ର , ବସନ୍ତ କୁମାର ନାୟକ ଓ ବନାଞ୍ଚଳ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!