୨୮ରୁ ସଂସଦ ବଜେଟ ଅଧିବେଶନ : ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍‌

ନୂଆଦିଲ୍ଲୀ,୧୦।୧:ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍‌ | ଚଳିତମାସ ୨୮ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ଜାନୁଆରୀ ୨୯ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଫେବୃଆରୀ ୧ ରବିବାର ପଡୁଥିବା ସତ୍ତ୍ବେ ଉକ୍ତ ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ ବୋଲି ଜଣାପଡିଛି। ବଜେଟ ଅଧିବେଶନ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୯ରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ ୨ରେ ଶେଷ ହେବ। ଚଳିତବର୍ଷ ଫେବୃଆରୀ ୧ ରବିବାର ପଡୁଥିବାରୁ ବଜେଟ ଉପସ୍ଥାପନ ହେବା ନେଇ ଦ୍ବନ୍ଦ୍ବ ଉପୁଜିଥିଲା।ତେବେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପ​‌​‌ରେ ରାଷ୍ଟ୍ରପତି ବଜେଟ ଅଧିବେଶନର ଉପରୋକ୍ତ କାର୍ଯ୍ୟସୂଚୀକୁ ଅନୁମୋଦନ କରିଥିବା ରିଜିଜୁ କହିଛନ୍ତି। ସୂଚନାଯୋଗ୍ୟ ଏହା ପୂର୍ବରୁ ୧୯୯୯ ଫେବୃଆରୀ ୨୮ ତାରିଖ ରବିବାର ଦିନ ହିଁ ବଜେଟ୍ ଉପସ୍ଥାପନ କରାଯାଇଥିଲା। ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ୧୯୯୯-୨୦୦୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!