୧୧ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର

ଭୁବନେଶ୍ବର,୧୦।୧: ମୃତ୍ୟୁ ରାସନ କାର୍ଡଧାରୀଙ୍କ ନାଁରେ ରାସନ ସାମଗ୍ରୀ ଉଠାଇଲେ   କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଣିକି ଗ୍ରାମାଞ୍ଚଳରେ ମାସିକ ୧୫ ହଜାର ଓ ସହରାଞ୍ଚଳରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଥିବା ପରିବାର ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଇପାରିବେ। ରେସନ କାର୍ଡ ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ହୋଇଛି। ହିତାଧିକାରୀଙ୍କ ଆୟ ସୀମା ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି। ରେସନ କାର୍ଡରୁ ବାଦ୍ ଦେବା ମାନଦଣ୍ଡରେ ପୂର୍ବରୁ ପରିବାରର ମାସିକ ଆୟ ସୀମା ଗ୍ରାମାଞ୍ଚଳରେ ୧୦ ହଜାର ଟଙ୍କା ଓ ସହରାଞ୍ଚଳରେ ୧୫ ହଜାର ଟଙ୍କା ଥିଲା। ରାଜ୍ୟ କ୍ୟାବିନେଟର ୩୪ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେ ମୋଟ ୮ଟି ବିଭାଗର ୧୧ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।ମୃତ୍ୟୁ ରାସନ କାର୍ଡଧାରୀଙ୍କ ନାଁରେ ରାସନ ସାମଗ୍ରୀ ଉଠାଇଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ରାସନ କାର୍ଡରେ ଥିବା ସଦସ୍ୟଙ୍କ ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍‌ ସାମଗ୍ରୀ ନେଲେ ମୃତକଙ୍କ ମୃତ୍ୟୁ ତାରିଖଠାରୁ ଗ୍ରହଣ ହୋଇଥିବା ସାମଗ୍ରୀର ମୂଲ୍ୟ ସଂପୃକ୍ତ ପରିବାରଠାରୁ ଦେଢ଼ ଗୁଣ ହାରରେ ଆଦାୟ ହେବ। ଏଥିପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ ୨୦୧୬ର ଧାରା ୨୭ (୧)ରେ ସଂଶୋଧନ କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଂଶୋଧିତ ଆଦେଶ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି।  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବ ପାରିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ନିୟମର ସଂଶୋଧନ କରିବାର ଉ‌ଦ୍ଦେଶ୍ୟ ହେଉଛି ଠକେଇକୁ ରୋକିବା ସହ ଆରସିଏମ୍‌ଏସ୍‌ ତଥ୍ୟକୁ ସୁନିଶ୍ଚିତ କରିବା ଓ ସରକାରୀ ସଂପଦକୁ ସୁରକ୍ଷିତ ରଖିବା। ରାସନ କାର୍ଡଧାରୀ ଘରର ମୁଖ୍ୟ କିମ୍ବା କାର୍ଡଧାରୀ ଘରର ଅଧିକୃତ ସଦସ୍ୟ କାର୍ଡରେ ଥିବା କୌଣସି ସଦସ୍ୟଙ୍କ ମୃତ୍ୟୁଜନିତ ତଥ୍ୟ ଲୁଚାଇବେ ନାହିଁ। ଏହାକୁ ଯୋଗାଣ ବିଭାଗ ଅଧିକାରୀ କିମ୍ବା ନିକଟସ୍ଥ ଖାଉଟି ଡିଲରକୁ ଜଣାଇବେ। ମୃତ୍ୟୁ ତଥ୍ୟ ଲୁଚାଇଲେ ମୃତକଙ୍କ ମୃତ୍ୟୁ ତାରିଖଠାରୁ ଦେଢ଼ ଗୁଣା ହାରରେ ସାମଗ୍ରୀର ମୂଲ୍ୟ ଆଦାୟ କରାଯିବ। ଏହାସହ ପରବର୍ତ୍ତୀ ମାସର ପ୍ରାପ୍ୟରୁ କଟାଯାଇ କିମ୍ବା ପ୍ରଚଳିତ ଅର୍ଥନୈତିକ ମୂଲ୍ୟ ଆକାରରେ ଭରଣା କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!