ମାଘ ଭୈମୀ ଏକାଦଶୀ ଜାନୁଆରୀ ୨୯ ରେ ଡାବୁଗାଁ ମଣ୍ଡେଇ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର)୧୧ /୧/୨୬ : ପାରମ୍ପରିକ ବୈଠକ ବେହେରନ୍ ର ନିଷ୍ପତ୍ତି ଅନୁସାରେ ଆସନ୍ତା ମାଘ ଭୈମୀ ଏକାଦଶୀ ତିଥିରେ ଜାନୁଆରୀ ୨୯ ତାରିଖ ଦିନ ଡାବୁଗାଁ ଠାରେ ଅନୁଷ୍ଠିତ ହେବ ମାଘ ମଣ୍ଡେଇ। ବୁଧବାର ବଡ଼ ଯାତ୍ରା, ଗୁରୁବାର ମଣ୍ଡେଇ ଏବଂ ଶୁକ୍ରବାର ବାସି ମଣ୍ଡେଇ ପାଳନ କରାଯିବ । ଆସନ୍ତା ୨୨ ତାରିଖ ମାଁ ଦୁହ୍ଲାରଦେଈ ଙ୍କ ଯାତ୍ରା ଅନୁଷ୍ଠିତ ହେବା ପରେ , ବିଧିବଦ୍ଧ ଭାବେ ବିଭିନ୍ନ ଗାଁ ର ଦେବାଦେବୀ ଙ୍କୁ ମଣ୍ଡେଇ ରେ ପବିତ୍ର ଆଗମନ ପାଇଁ ପାରମ୍ପରିକ ନିମନ୍ତ୍ରଣ ଦିଆ ଯିବ । ଏମ୍ ଆପା ରାଓ, ଦେବରାଜ ପାତ୍ର, ରଣଜିତ୍ ଘଡେ଼ଇ ପ୍ରମୁଖ ବରିଷ୍ଟ ନାଗରିକ ଙ୍କ ଉପସ୍ଥିତି ରେ ଡାବୁଗାଁ ମଣ୍ଡେଇ କମିଟି ପାଇଁ ସରପଞ୍ଚ ବିନୋଦ ସୌରାଙ୍କୁ ସଭାପତି, ସତ୍ୟ ରଞ୍ଜନ ପାତ୍ରଙ୍କୁ ଉପସଭାପତି, ଡଙ୍ଗରିଗୁଡା ସରପଞ୍ଚ ରାମ କୁମାର ଗଣ୍ଡ ଓ ପାପନା ରେଲି ଙ୍କୁ ସଂପାଦକ ଓ ସୁରେନ୍ଦ୍ର ରେଲିଙ୍କୁ ସହ ସଂପାଦକ ଭାବେ ମନୋନୀତ କରାଯାଇଛି । ସୂର୍ଯ୍ୟବଂଶୀ ଯୁବକ ସଂଘ ସଭାପତି ବିଶ୍ବ ରଞ୍ଜନ ପାତ୍ର, କୁନୁ ପାତ୍ର, ମନୁ ରେଲି, ପୂର୍ଣ୍ଣ ପୂଜାରୀ, ତୁଳା ବିଷୋୟୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।ରିପୋଟ ,

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!