ନୂଆଦିଲ୍ଲୀ,୧୨।୧: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଚଳିତ ବର୍ଷର ପ୍ରଥମ ମିଶନ ବିଫଳ ହୋଇଛି। ୨୬୦ ଟନ୍ ବିଶିଷ୍ଟ ପିଏସ୍ଏଲ୍ଭି-ଡିଏଲ୍ ଶ୍ରେଣୀର ରକେଟ ୧୬ଟି ଉପଗ୍ରହ ସହିତ ସୋମବାର ସକାଳ ୧୦ଟା ୧୭ ମିନିଟରେ ଉତ୍କ୍ଷେପଣ କରାଯାଇଥିଲା।ISROର PSLV C62 ମିଶନ ବିଫଳ। ‘ଅନ୍ୱେଷା’ ଉପଗ୍ରହ କକ୍ଷପଥରେ ସ୍ଥାପିତ ହୋଇପାରିଲା ନାହିଁ। ଶେଷ ସମୟରେ ରକେଟ୍ ଗତିପଥ ବଦଳାଇଦେଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ୨୦୨୬ ପାଇଁ ପ୍ରଥମ କକ୍ଷପଥ ମିଶନ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। କିନ୍ତୁ ଉପଗ୍ରହ ସ୍ଥାପିତ ହୋଇପାରିଲା ନାହିଁ। ଫଳରେ ପିଏସ୍ଏଲ୍ଭି-ସି୬୨ରେ ଥିବା ୧୬ ଟି ଉପଗ୍ରହ ସନ୍-ସିଙ୍କ୍ରୋନସ୍ ପୋଲର ଅର୍ବିଟରେ ମୁତୟନ ହୋଇପାରିନାହିଁ। ତୃତୀୟ ପର୍ଯ୍ୟାୟ ଇଗ୍ନିସନ୍ ପରେ କୌଣସି ଟେଲିମେଟ୍ରି ଅପଡେଟ୍ ବିନା, ଗତବର୍ଷର ପିଏସଏଲଭି-ସି୬୧ ବିପର୍ଯ୍ୟୟ ପରି କକ୍ଷପଥ ପ୍ରବେଶ ବିଫଳ ରହିଥିବା ଜଣାପଡ଼ିଛି।PSLV-C62 ରକେଟ୍ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡରୁ ଉଡ଼ାଣ ଭରିଥିଲା। ଏହି ମିଶନର ମୁଖ୍ୟ ଉପାଦାନ EOS-N1 ଅନ୍ୱେଷା ଥିଲା। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଦ୍ୱାରା ବିକଶିତ ଏକ ହାଇପରସ୍ପେକ୍ଟ୍ରାଲ୍ ଉପଗ୍ରହ। ଅନ୍ୱେଷା ଉପଗ୍ରହକୁ ଉନ୍ନତ ପୃଥିବୀ ପର୍ଯ୍ୟବେକ୍ଷଣ ପ୍ରୟୋଗ ପାଇଁ ଡିଜାଇନ୍ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |