ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) ୧୩ /୧/୨୬ : ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ରେ ପବିତ୍ର ପାରମ୍ପରିକ ମାଘ ମଣ୍ଡେଇ ପାଳିତ ହୋଇ ଯାଇଛି। କାଳୀ କଙ୍କାଳୁଣୀ ମାଁ, ଭଙ୍ଗାରାମ ଓ ବିଲିମାତା ସମେତ ଗାଁ ର ସମସ୍ତ ଦେବାଦେବୀ ଙ୍କୁ ପାରମ୍ପରିକ ନୈବେଦ୍ୟ ଅର୍ପଣ କରି ଦେବାଦେବୀ ଙ୍କ ଲାଠି, କୁରୁଚି ଏବଂ ବିମାନ ସହ ଶିରା, ପୂଜାରୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ପାରମ୍ପରିକ ବାଦ୍ୟ ର ତାଳେତାଳେ ଯାତ୍ରା ପରିକ୍ରମା କରିଥିଲେ। ତୂଳାରାମ ପୂଜାରୀ, ସଦାଶିବ ପୂଜାରୀ ଓ ବଳରାମ ପୂଜାରୀ ଦେବାଦେବୀ ଙ୍କ ପୂଜାର୍ଚ୍ଚନା ର ଦାୟିତ୍ଵ ସମ୍ପନ୍ନ କରିଥିଲେ। ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, କଂଗ୍ରେସ ସଭାପତି ଜି ସାଇ ରାଜୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଭଦର ମାଝୀ, ମଙ୍ଗରାଜ ମାଝୀ, ଲଚୁ ମାଝୀ, ରାମ ଚନ୍ଦ୍ର ଭତ୍ରା, ସନାସିଂ ଗଣ୍ଡା , ଡମୁ ଗୌଡ, ଲକ୍ଷ୍ମୁ ଭତ୍ରା, ପଦ୍ମୁ ଭତ୍ରା, ଗନେଇ ମାଝୀ, କୁମର ଗଣ୍ଡା ପ୍ରମୁଖ ସହ ସ୍ବେଛାସେବୀ ମାନେ ସମସ୍ତ କାର୍ଯ୍ୟକ୍ରମ ର ତଦାରଖ କରିଥିଲେ। ଚିତ୍ତବିନୋଦନ ପାଇଁ ରାତିରେ ଦୁଇଟି ଗୀତିନାଟ୍ୟ ର କାର୍ଯକ୍ରମ ଥିବା ଯୋଗୁଁ ମଣ୍ଡେଇ ହାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |