ଭୁବନେଶ୍ୱର,୧୫ା୧:୨ ଦିନ ଉପାସରେ ରଖିବା ପରେ ସ୍ବାଭାବିକ ହୋଇଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଧାଡ଼ି ଦର୍ଶନ ଚାଲିଥିବା ଜଣାପଡ଼ିଛି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ। ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତି ବନ୍ଦ ଥିଲା। ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି ଧାଡ଼ି ଦର୍ଶନ । ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ଥିଲା ନୀତିକାନ୍ତି । କ୍ଷୀର ଆଉଟା ନୀତିକୁ ନେଇ ଦେଖାଦେଇଥିଲା ଏହି ବିବାଦ । ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି । ଗତବର୍ଷ ଶ୍ରୀଲିଙ୍ଗରାଜଙ୍କ ନବାଙ୍କ ବେଢା ନୀତିର କ୍ଷୀର ଆଉଟା ପାଇଁ ବଡୁ ଓ ସୁଆର ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲ୍ଲାପାଳଙ୍କ ତରଫରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା। ମକର ପୂର୍ବ ସନ୍ଧ୍ୟାରେ କ୍ଷୀର ଆଉଟାଇବା ପାଇଁ ପରବ ଯାତ୍ରା ବିଷୋୟୀ ଜାଳ କାଠ ଓ ଅସ୍ଥାୟୀ ଚୁଲି ପ୍ରସ୍ତୁତ କରିବେ ଏବଂ ଘଣ୍ଟ ଏବଂ ମେଘ ଡମ୍ବରୁ ଘୃତ କମଳ ଲାଗି କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ଅବୈଧ ଦର୍ଶାଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |