ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର),,୧୫।୧:-ଝରୀଗାଁ ବ୍ଲକ ଅନ୍ତର୍ଗତ ଚଚା ପଂଚାୟତ ସଦର ମହକୁମାର ଗ୍ରାମ ଦେବତା ଶ୍ରୀ ଶ୍ରୀ ବୁଢ଼ାଚାଉଁରିଆଙ୍କ ବାର୍ଷିକ ଦଶହରା ତଥା ଚଚା ମହୋତ୍ସବ ବେସ ଧୁମଧାମରେ ପାଳିତ ହୋଇଯାଇଛି |ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ବୁଢ଼ାଚାଉଁରିଆ ପୂଜା କମିଟି ତଥା ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ସାଂସଦ ପ୍ରତିନଧି ପ୍ରିୟ ରଞ୍ଜନ ଦାସ,ଉମରକୋଟ ମୁନିସିପାଲିଟି ଅଧ୍ୟକ୍ଷା ରାଧା ଭତରା, ଡାବୁଗାଁ ଅଧ୍ୟକ୍ଷା ବୀଣା ମାଝୀ,ବରିଷ୍ଠ ସମାଜସେବୀ ରାମଧର ମାଝୀ,ଝରିଗାଁ ବିଜୁ ଜନତା ଦଳ ବ୍ଲକ ସଭାପତି ଟିକଚନ୍ଦ ମାଝୀ,ଜିଲ୍ଲା ପରିଷଦ ସଭ୍ୟା ତ୍ରମିଳା ପୂଜାରୀ, ଯମୁନା ଗଣ୍ଡ, ଲ୍ୟାମ୍ପ ସଭାପତି ଲଛମା ଗଣ୍ଡ, ଚଚା ଗାଉଟିଆ ପିତାମ୍ବର,ନରସିଂ ମାଝୀ,ଦଳପତି ମାଝୀ,ଚମ୍ପା ପନକାଙ୍କ ସମେତ ଅନେକ ଜନ ପ୍ରତିନିଧି ଓ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ |ଚଚା ପଂଚାୟତର ଆଖପାଖ ପଂଚାୟତ ଯଥା -ଇଚ୍ଛାପୁର, ଭାଲୁକନାଡି, ପାଲିଆ ଆଦି ପଂଚାୟତର ସମସ୍ତ ଦେବାଦେବୀ ନିଜ ନିଜର ଲାଠି, କୁରଚୀ, ଆଂଗା, ଶିରା, ଦିଶାରୀ, ଗାଣ୍ଡା, ଚଲାଣ ଓ ରଇତ ମାନଙ୍କ ସହିତ ବାଜାମହୁରୀ ସାଙ୍ଗରେ ଧରି ବୁଢ଼ାଚାଉଁରିଆଙ୍କ ବାର୍ଷିକ ମହୋତ୍ସବରେ ଯୋଗଦେଇଥିଲେ |ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚଚା ଗ୍ରାମରେ ଜନ ସମୁଦ୍ର ସାଙ୍ଗକୁ ଉଠା ଦୋକାନୀ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା |ଚଚା ମହୋତ୍ସବ ନବରଙ୍ଗପୁର ଜିଲ୍ଲାରେ ବେସ ପ୍ରସିଦ୍ଧ ରହିଥିବାରୁ ଏହି ମହୋତ୍ସବ ଦେଖିବା ପାଇଁ ନବରଙ୍ଗପୁର ଜିଲ୍ଲାର ପଡୋଶୀ ରାଜ୍ୟ ଛତିଶଗଡ ଓ ପଡୋଶୀ ଜିଲ୍ଲା କଳାହାଣ୍ଡିରୁ ମଧ୍ୟ ବହୁ ସଂଖ୍ୟାରେ ଲୋକ ଆସିଥାନ୍ତି ଓ ମହୋତ୍ସବର ଆନନ୍ଦ ନେଇଥାନ୍ତି |ରାତ୍ରିରେ ଜନସାଧାରଣ ମାନଙ୍କ ମନରଞ୍ଜନ ପାଇଁ କଳାହାଣ୍ଡି କଟ୍ଟାପ୍ପା ବଜାର, ବସ୍ତର ଜିଲ୍ଲାର ଆଦିବାସୀ ନୃତ୍ୟ, କୋରାପୁଟିଆ ଢେମସା, ନବରଙ୍ଗପୁର ମାଣ୍ଡିଆ ନୃତ୍ୟ, ଉମରକୋଟର ସାଇଲୋଡି,ଟିଆରଡବ୍ଲୁଏସ ଡାନ୍ସ ଗ୍ରୁପ, ଇସିଏସ ଡାନ୍ସ ଗ୍ରୁପ ସାଙ୍ଗକୁ ଘୁମୁରା ପ୍ରତିଯୋଗିତା ଓ ଏକ ଦେଶିଆ ନାଟକର ମଧ୍ୟ୍ୟ ଆୟୋଜନ କରାଯାଇଥିଲା |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |