ପୁରୀ,୧୫।୧:ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ମୋବାଇଲ ଧରି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପୁ ଥିବାର ଭିଡିଓ ଭାଇରାଲ୍ ହୋଇଛି । ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ କିଏ ଉଠାଇଲା ତାହା ସ୍ପଷ୍ଟ ହୋଇନି। ଶ୍ରୀମନ୍ଦିର ଭିତରକୁ ପୁଣି ଗଲା ମୋବାଇଲ ଫୋନ୍ । ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଫୋନରେ ଗପିବାର ଭିଡ଼ିଓ ଭାଇରାଲ ହୋଇଛି । ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ମୋବାଇଲ ବାରଣ କରାଯାଇଛି । ହେଲେ ବାରମ୍ବାର ଫୋନ୍ ଭିତରକୁ ଯାଉଛି, ଏବଂ ଫଟୋ ଓ ଭିଡ଼ିଓ ଭାଇରାଲ ହେଉଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଥିବା କୁହାଯାଉଥିବା ବେଳେ ବାରମ୍ବାର କିନ୍ତୁ ଏଭଳି ବିଭ୍ରାଟ ଦେଖିବାକୁ ମିଳୁଛି । ଏହି ଘଟଣାର ତଦନ୍ତ ଚାଲିଛି ।ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ କିଏ ଉଠାଇଲା ତାହା ସ୍ପଷ୍ଟ ହୋଇନି। ଭିଜୁଆଲରୁ ଯାହା ସନ୍ଦେହ କରାଯାଉଛି, କେହି ବ୍ୟକ୍ତି ସିଂହଦ୍ବାର ସମ୍ମୁଖରୁ ମୋବାଇଲ ଦ୍ବାରା ଫୋଟୋ ଉଠାଇଛି । କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେଇ ପ୍ରବେଶ କଲେ ତାଙ୍କୁ ଜରିମାନା ଆଦାୟ ନିୟମ ରହିଛି। ତେବେ ଅନେକ ସମୟରେ ବ୍ୟକ୍ତିମାନ ମୋବାଇଲ ଶ୍ରୀମନ୍ଦିରକୁ ନେଇ କଥାହେବା ସହ ଫଟୋ ଭିଡିଓ ଉତ୍ତୋଳନ କରୁଛନ୍ତି। ତେଣୁ ପୋଲିସ ଏଥିପ୍ରତି ଅଧିକ ସଚେତନ ହେବା ସହ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |