ଭୁବନେଶ୍ବର,୧୫ା୧: ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବସ୍ତରୀୟ ବୈଠକ ବୈଠକ ବସିଥିଲା । ତେବେ ବୈଠକ ଶେଷ ହେବା ପରେ ବଡ଼ ଘୋଷଣା କରିଛନ୍ତି ଅନୁ ଗର୍ଗ । କୋଲକାତାରେ ଇନଭେଷ୍ଟର ମିଟ୍ ଅନୁଷ୍ଠିତ ହେବ । ଇନଭେଷ୍ଟର ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ, ଶିଳ୍ପ ସଚିବଙ୍କ ସହ ମୁଖ୍ୟ ସଚିବ ଯିବେ । ଏହା ଦ୍ବାରା ଓଡ଼ିଶାକୁ ପୁଞ୍ଜି ଆସିବ । ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟ ସଚିବ ଅନୁ ଗର୍ଗ । ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଶ୍ଚିମବଙ୍ଗରେ ଆୟୋଜିତ ହେବାକୁ ଥିବା ଇନ୍ଭେଷ୍ଟର ମିଟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ବ ଦେବା ପାଇଁ ଆଲୋଚନା ହୋଇଛି । ପାନୀୟ ଜଳ ସମସ୍ୟାକୁ ନେଇ ଟିକେ ଅସନ୍ତୋଷ ରହି ଆସିଛି ଆସନ୍ତା ବଜେଟରେ କିଛି ନୂଆ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ପଏଣ୍ଟର କାର୍ଯ୍ୟକାରୀ ପାଇଁ ଆଲୋଚନା ହୋଇଛି । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସରେ ବୈଠକ ହେବ ।ଅନ୍ୟପଟେ ପ୍ରତି ମାସ ତୃତୀୟ ମଙ୍ଗଳବାର ସିଙ୍ଗିଲ୍ ୱିଣ୍ଡୋ ବୈଠକ ହେବ । ଯାହାଦ୍ବାରା ସଚିବ ଓ ଜିଲ୍ଲାପାଳଙ୍କୁ ସେମାନଙ୍କ କାର୍ଯ୍ୟ କରିବା ସହଜ ହେବ ବୋଲି କହିଛନ୍ତି ଅନୁ ଗର୍ଗ । ପୂର୍ବରୁ ହାଇଦ୍ରାବାଦ୍ରେ ଅନୁଷ୍ଠିତ ହୋଇଥିଲା ଇନ୍ଷ୍ଟେଟର ମିଟ୍ । ଯେଉଁଥିରେ ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ଏହି ଇଇନ୍ଭେଷ୍ଟର ମିଟରେ ୬୭ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |