ଟାର୍ଗେଟ ଅଭାବରୁ ମଣ୍ଡିରେ ଅଚଳାବସ୍ଥା, ଉଠୁନି ଧାନ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),,୧୭।୧ : ଏବର୍ଷ ସରକାର ଙ୍କ ତରଫରୁ ମଣ୍ଡି ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇ ଥିବା ଚାଷି କହୁଛନ୍ତି। ମଣ୍ଡି ଖୋଲିବାରେ ବିଳମ୍ବକୁ ନେଇ ଡାବୁଗାଁ ବ୍ଲକରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ। ଦୁଇ ଦିନ ହେଲା ଜୁନାପାଣି ମଣ୍ଡିରେ ଧାନ ପଡ଼ିଥିଲେ ମଧ୍ୟ କିଣାଯାଉ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖନ ହେଉଛନ୍ତି ଚାଷି।ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀ ଡିସେମ୍ବର ୧୭ରୁ ଟୋକେନ ପାଇଥିଲେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ ଅଧିକାଂଶ ଚାଷି ଧାନ ବିକ୍ରି କରି ପାରୁନଥିବା ବଡ଼ ଦଖର ବିଷୟ।କଟନି ଛଟନି ସହ ଏଫ ଏ କ୍ୟୁ ମାନକୁ ନେଇ ବିବାଦ କେବେ କମିବ ତାହା ବର୍ତ୍ତମାନ ପ୍ରଶ୍ନ ବାଛି ସୃଷ୍ଟିକରୁଛି।ବର୍ତ୍ତମାନ ପର୍ଯ୍ୟନ୍ତ ଡାବୁଗାଁ ଅଞ୍ଚଳରେ ଅଧିକାଂଶ ଚାଷୀଙ୍କୁ ଟୋକେନ ଆସିନାହିଁ ଏବଂ ଯେଉଁ ଚାଷୀମାନଂ ଆସିଛି ତାହାବି ପୁରା କମ କାମ। ଯେଉଁ ଚାଷୀର 100କୁଣ୍ଟାଲ ଆସିବ କାଠ ତାର ମାତ୍ର 3କୁଇଣ୍ଟାଲ ଧାନର ଟୋକେନ ଆସିଛି। ବର୍ତ୍ତମାନ ଚାଷିମାନେ ସମ୍ପୂର୍ଣ ହତାଶ ହୋଇ ପଡିଲେଣି। ଧାନ ମଣ୍ଡିର ଏଭଳି ଅବ୍ୟବସ୍ଥା ପାଇଁ କିଏ ଦାଈ ବର୍ତ୍ତମାନ ଏହା ସବୁଠୁ ବାଡ଼ ପ୍ରଶ୍ନ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!