ସାରା ରାଜ୍ୟରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର,୧୮ା୧:ସାରା ରାଜ୍ୟରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ଜାରି ରହିଛି । ଚିଲିକାରେ ସକାଳ ୬ଟାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ପର୍ଯ୍ୟନ୍ତ ପକ୍ଷୀ ଗଣାନା କରାଯିବ । ଏଠଶରେ ୫ଟି ରେଞ୍ଜ ପାଇଁ ମୋଟ ୨୨ଟି ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଚିଲିକାର ବିଭିନ୍ନ ସ୍ଥାନ ବୁଲି ପକ୍ଷୀ ଗଣନା କରାଯାଉଛି । ବାଇନା କୁଲାର, କ୍ୟାମେରା ଏବଂ ଜିପିଏସ ସାହାଯ୍ୟରେ ପକ୍ଷୀ ଗଣନା ହେଉଛି । ସାତପଡାରେ ୪, ଟାଙ୍ଗୀରେ ୮, ବାଲୁଗାଁରେ ୭, ରମ୍ଭାରେ ୨ ଓ ନୂଆପଡାରେ ଗୋଟିଏ ଟିମ୍‌ ନିୟୋଜିତ ହୋଇ ପକ୍ଷୀ ଗଣନା କରୁଛନ୍ତି । ଚଳିତ ବର୍ଷ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିଥିବା ଅନୁମାନ କରାଯାଉଛି । ସେହିପରି ହୀରାକୁଦରେ ପକ୍ଷୀ ଗଣନା ପାଇଁ ୨୧ଟି ସେକ୍ଟର ଗଠନ କରାଯାଇଛି ।  ୭୦ଜଣ ବନ ଅଧିକାରୀ ଓ ପକ୍ଷୀ ବିଶେଷଜ୍ଞ ସାମିଲ ହୋଇଛନ୍ତି ।  ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଗଣନା ଚାଲିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!