ଖୋଲିଲା ମା’ ମଝି ଘରିଆଣୀ ମନ୍ଦିର ହୁଣ୍ଡି

ରାୟଗଡ଼ା,୧୯ା୧ : ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ରାୟଗଡ଼ାରେ ଥିବା ମା’ ମଝିଘରିଆଣୀ ମନ୍ଦିରରେ ଖୋଲିଲା ଦାନହୁଣ୍ଡି । ୬ ମାସ ପରେ କଡ଼ା ସୁରକ୍ଷାରେ ଖୋଲିଛି ମା’ଙ୍କ ଦାନହୁଣ୍ଡି । ଦାନହୁଣ୍ଡିର ଟଙ୍କା ଓ ସୁନା ଗଣତିରେ ୨୫୦ ଜଣ ନିୟୋଜିତ ହୋଇଛନ୍ତି । ପୂର୍ବରୁ ଜୁଲାଇ ମାସରେ ମା’ଙ୍କ ଦାନହୁଣ୍ଡି ଖୋଲାଯାଇଥିଲା । ମା’ ମଝିଘରିଆଣୀଙ୍କ ହୁଣ୍ଡିରୁ ୧.୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବାହାରିଥିଲା ।ଏଥିରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ମନ୍ଦିର କର୍ମଚାରୀଙ୍କ ସମେତ ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କର୍ମଚାରୀ ରହିଛନ୍ତି। ସକାଳ ୯ଟାରୁ ଗଣତି ଆରମ୍ଭ ହୋଇଛି। ପୂର୍ବରୁ ୨୦୨୫ ଜୁଲାଇ ୭ ତାରିଖରେ ହୁଣ୍ଡି ଖୋଲାଯାଇଥିଲା। ସେହି ସମୟରେ ହୁଣ୍ଡିରୁ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୁପା ବାହାରିଥିଲା। ଏଥିସହିତ ୫ଟି ଦେଶର ୧୨ଟି ବିଦେଶୀ ନୋଟ୍‌ ମଧ୍ୟ ବାହାରିଥିଲା। ଚଳିତ ଥର ପ୍ରାୟ ୬ ମାସ ପରେ ମା’ଙ୍କ ହୁଣ୍ଡି ଖୋଲାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!