ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ

ଭୁବନେଶ୍ୱର, ୧୯ା୧:ବାଲୁଗାଁ ବନ୍ୟପ୍ରାଣୀ ଅଧିନସ୍ଥ ୫ଟି ରେଞ୍ଜ ଚିଲିକା, ବାଲୁଗାଁ, ଟାଙ୍ଗି, ସାତପଡ଼ା ଓ ରମ୍ଭା ରେଞ୍ଜର ଅଞ୍ଚଳକୁ ୨୨ଟି ଜୋନରେ ବିଭକ୍ତ କରାଯାଇ ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ୧୩୦ଜଣ ଗଣନାକାରୀ ନିୟୋଜିତ ହୋଇଥିଲେ । ଏଥର ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ । ସାରା ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ଟି ପକ୍ଷୀଙ୍କ ସମାଗମ ହୋଇଛି। ଯାହାକି ଗତବର୍ଷଠାରୁ ୪ ହଜାର ୯୮୨ ଅଧିକ ।କେବଳ ନଳବଣରେ ୧୦୬ ପ୍ରଜାତିର ୩ ଲକ୍ଷ ୯୭ ହଜାର ୫୮୭ଟି ପକ୍ଷୀ ଥିବା ଗଣନାରୁ ଜଣାପଡିଛି। ଚିଲିକାରେ ଏଥର ୧୦୬ ପ୍ରଜାତିର ୧୧  ଲକ୍ଷ ୧୦ ହଜାର ୨୫୭ଟି ବିଦେଶୀ ପକ୍ଷୀ ଥିବା ବେଳେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ୨୧ ହଜାର ୯୪୩ ।ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗଙ୍କ ସଂଖ୍ୟା ୧୮ ଶହ ଥିବା ଜଣାପଡ଼ିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ମିଳିତ ଉଦ୍ୟମରେ ଚିଲିକା ଏବଂ ପକ୍ଷୀ ଅଭୟାରଣ୍ୟ ନଳବଣରେ ସକାଳୁ ସକାଳୁ ପକ୍ଷୀ ଗଣନା କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!