ଭୁବନେଶ୍ୱର,୧୯।୧: ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ମଙ୍ଗଳବାରଠୁ ଡଲଫିନ ଗଣନା ଆରମ୍ଭ ହେବ। ଏହି ଗଣନା ୩ ଦିନ ଧରି ଚାଲିବ।ଚିଲିକାର ୧୮ଟି ରୁଟ ବାଲୁଗାଁ ଏବଂ ସାତପଡ଼ାରେ ଡଲଫିନ ଗଣନା କରାଯିବ। ଗଣନା ପାଇଁ ମୋଟ ୧୮ଟି ଟିମ୍ ଗଠନ କରାଯାଇଛି। ଏହି ସମୟରେ ବୋଟ୍ ଚଳାଚଳ ବନ୍ଦ ରହିବ। ଏପରିକି ଗଣନା ପାଇଁ ଗଠନ ହୋଇଥିବା ଟିମ୍ରେ ଜଣେ ବିଶେଷଜ୍ଞଙ୍କ ସହିତ ୩ରୁ ୪ଜଣ ଗଣନାକାରୀ ରହିବେ। ଏନେଇ ସମସ୍ତ ବୋଟ ଆସୋସିଏଶନକୁ ସୂଚନା ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |