ଆସନ୍ତାକାଲି ଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ ଗଣନା ଆରମ୍ଭ

ରାଜନଗର,୧୯।୧:  ଆସନ୍ତାକାଲି ଠାରୁ ଡଲଫିନ ଗଣନା ଆରମ୍ଭ |ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସୋମବାର ଦିନ ଡଲଫିନ୍‌ ଗଣନାର ପ୍ରଶିକ୍ଷଣ ତାଲିମ ପ୍ରଦାନ କରାଯାଉଛି । ଆସନ୍ତାକାଲି ଅର୍ଥାତ ୨୦ ତାରିଖରୁ ୨୨ ତାରିଖ ପଯ୍ୟନ୍ତ ୩ ଦିନ ଧରି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ଓ ଭିତରକନିକାର ନଦୀ, ନାଳରେ ଡଲଫିନ ଗଣନା କରାଯିବ । ଧାମରା ମୁହାଣ ଠାରୁ ଦେବୀ ନଦୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା କ୍ରିକ୍‌ ଓ ନଦୀରେ ଏହି ଗଣନା କରାଯିବ ।ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣନା ପାଇଁ ୯ଟି ବିଶେଷଜ୍ଞଙ୍କ ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୩ରୁ ୫ଜଣ ଗଣନାକାରୀ ସାମିଲ ହେବେ ।ସମୁଦ୍ର ମଧ୍ୟରେ କିଛି ଟିମ୍‌ ଏବଂ ନଦୀ ଓ କ୍ରିକରେ ଆଉ କିଛି ଗଣନାକାରୀ ଟିମ୍‌ଙ୍କ ନିୟୋଜିତ ହେବ । ଏହି ଗଣତି ପ୍ରକ୍ରିୟାରେ ବାଇନାକୁଲାର, ଜିପିଏସ, କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ୟବହାର କରାଯିବ । ଏହି ଗଣନା ସକାଳରୁ ଆରମ୍ଭ ହୋଇ ପାଖାପାଖି ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ରାଜନଗର ବନଖଣ୍ଡ ଅଧିନରେ ଆସୁଥିବା ୫ଟି ରେଞ୍ଜର ୯ଟି ସ୍ଥାନରେ ଏହି ଗଣନା କରାଯିବ । ଭିତରକନିକା ସଂଲଗ୍ନ ନଦୀ, କ୍ରିକ ଓ ସମୁଦ୍ରରେ ସାଧାରଣତଃ ୫ ପ୍ରଜାତିର ଯଥା ଇରାୱାଡି, ବଟଲନୋଜ, ହମ୍ପବ୍ୟାକ, ଫିନ୍ଲେସ ପାରିପଏସ ଓ ଗାଙ୍ଗଟିକ୍‌ ପ୍ରଜାତିର ଡଲଫିନ ଦେଖା ଯାଇଥାନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!