ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାଆଙ୍କ ଦ୍ୱରା, ମାଆଙ୍କର ଓ ମାଆଙ୍କ ପାଇଁ ସପ୍ତ ଶକ୍ତି ସାଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),୨୧।୧ :-:ଡାବୁଗାଁ ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତ ଶକ୍ତି ସାଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ଏହି କାର୍ଯ୍ୟକ୍ରମ ରେ ମାଆ ମାନଙ୍କ ମଧ୍ୟରେ ଥିବା ସାତଟି ଶକ୍ତି ଯଥା :-କୀର୍ତ୍ତି, ଶ୍ରୀ, ବାକ, ସ୍ମୃତି, ମେଧା, ଧୂତି ଓ କ୍ଷମା ସମ୍ବନ୍ଧରେ ବକ୍ତା ମାନଙ୍କ ଦ୍ୱାରାଅଭିଭାଷଣ ଦିଆ ଯାଇଥିଲା। ମାତୃ ଭାରତୀର ସଦସ୍ୟ ଶ୍ରୀମତି ପ୍ରିୟଦର୍ଶିନୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡାବୁଗାଁ ର “ମାତୃ ଭାରତୀଙ୍କ” ଦ୍ୱରା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଭାଗ୍ୟ ଲକ୍ଷ୍ମୀ ଦାସ ଏବଂ ତାଙ୍କୁ ସହଯୋଗ କରିଥିଲେ ବିନିତା ପାତ୍ର। ମାତୃ ଭାରତୀର ସଭାପତି ସୁଜାତା ବାରିକ, ସୌଭାଗ୍ୟ ଲକ୍ଷ୍ମୀ ରଥ ଏବଂ ୨୦ଜଣ ଭଉଣୀ ଓ ଅନୁମପା ନେଗି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ତତ ସଙ୍ଗେ କାର୍ଯ୍ୟକ୍ରମ ରେ ସଂଯୋଜନା ଏବଂ ପରିଚାଳନା ରେ ସମ୍ପୂର୍ଣ ସହଯୋଗ କରିଥିଲେ ଶିଶୁଵିଦ୍ୟା ମନ୍ଦିର ର ସରିତା ଗୁରୁମା ଏବଂ ସୁନିତା ଗୁରୁମା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!