ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):-ଡାବୁଗାଁ ବ୍ଳକ ପରିସରରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀଗୀତ “ବନ୍ଦେ ମାତରମ୍” ର ୧୫୦ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ରାଷ୍ଟ୍ର ଗୀତ, ରାଷ୍ଟ୍ର ଭକ୍ତି ଉପରେ ଉଦବୋଧନ ଦେଇଥିଲେ | ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗୀତା ଯଥା:- ପ୍ରବନ୍ଧରେ ଉପ କନିଷ୍ଠ ବିଭାଗରେ ଅବନ୍ତିକା ସ୍ଵାଇଁ (୧ମ),ସେବିକା ଭତ୍ରା (୨ୟ) ଓ ବସନ୍ତ ଶବର (୩ୟ), କନିଷ୍ଠ ବିଭାଗରେ ସାଇ ସତିଶ ବକ୍ସି (୧ମ), ସଞ୍ଜିତା ପନକା (୨ୟ) ଓ ବନିତା ହରିଜନ (୩ୟ), ବରିଷ୍ଠ ବିଭାଗରେ ଏସ. ହାରିକା (୧ମ), ରଞ୍ଜନ ସାନ୍ତା (୨ୟ) ଓ ରଘୁ ସାନ୍ତା (୩ୟ), ଏବଂ ବକ୍ତୃତାରେ ଉପ କନିଷ୍ଠ ବିଭାଗରେ ପ୍ରିନ୍ସ ରଞ୍ଜନ ସାହୁ (୧ମ), ଦେବାନନ୍ଦ ମାଝି (୨ୟ) ଓ ଟୁନା ପନକା (୩ୟ), କନିଷ୍ଠ ବିଭାଗରେ ସାଇନାଥ ପଣ୍ଡା (୧ମ), ମଧୁସ୍ମିତା ବଇପାରି (୨ୟ) ଓ କବିତା ମେହେର (୩ୟ), ବରିଷ୍ଠ ବିଭାଗରେ ଶୁଭ୍ରାଂଶୁ ଶେଖର ପଣ୍ଡା (୧ମ), ପାର୍ବତୀ ଭତ୍ରା (୨ୟ) ଓ ମିନାକ୍ଷୀ ପନକା (୩ୟ), ସଙ୍ଗୀତ ରେ ଉପ କନିଷ୍ଠ ବିଭାଗରେ ଜାଗୃତି ପଟ୍ଟନାୟକ (୧ମ), ପ୍ରସନ୍ନ ଗୌଡ (୨ୟ) ଓ ଶିବାନୀ ସାନ୍ତା (୩ୟ), କନିଷ୍ଠ ବିଭାଗରେ ମୀରା ବିଶୋଇ (୧ମ), ଗୀତାଞ୍ଜଳୀ ହରିଜନ (୨ୟ) ଓ ମଦନା ପୂଜାରୀ (୩ୟ), ବରିଷ୍ଠ ବିଭାଗରେ ପଙ୍କଜ ମାଝି (୧ମ), କରିମ ପନକା (୨ୟ) ଓ ଅର୍ଚ୍ଚିତା ଖିଲୋ (୩ୟ), ଏବଂ ଚିତ୍ରାଙ୍କନରେ ଉପ କନିଷ୍ଠ ବିଭାଗରେ ତପସ୍ଵିନୀ ପଣ୍ଡା (୧ମ), ଗଜେନ୍ଦ୍ର ଭତ୍ରା (୨ୟ) ଓ ରୀତିକା ଗୌଡ (୩ୟ), କନିଷ୍ଠ ବିଭାଗରେ ଅନ୍ତରାମ ମେହେର (୧ମ), ଥବୀର ହାଲବା (୨ୟ) ଓ ସାଗରିକା ମହାରଣା (୩ୟ), ବରିଷ୍ଠ ବିଭାଗରେ ମହେନ୍ଦ୍ର ସାନ୍ତା (୧ମ), ଟୁନା ସାନ୍ତା (୨ୟ) ଓ ଶ୍ରବଣ ମାଝି (୩ୟ) ପ୍ରମୁଖ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଏଥିରେ ଅନ୍ୟ ଅତିଥି ଭାବେ ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା,ବିଜେପି ବୋରୀଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ବିଡିଓ ସମୀର କୁମାର ପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀଛାତ୍ର ଓ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ର, ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ | ଅମୂଲ୍ୟ ଦଳାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |