ଭୁବନେଶ୍ବର,୨୨।୧: ଆସନ୍ତା 3 ତାରିଖରେ ବାଲେଶ୍ବର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫକୀରମୋହନ ବିଶ୍ବବିଦ୍ୟାଳୟର 12 ତମ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ । FM ୟୁନିଭର୍ସିଟି କୁଳପତି ସନ୍ତୋଷ କୁମାର ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି ।ଫେବ୍ରୁଆରି ୨ ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ୨ତାରିଖରେ ଭୁବନେଶ୍ବରରେ ପହଞ୍ଚି ରାଜଭବନାର ରାତ୍ରୀଯାପନ କରିବେ, ଏହାପରେ ୩ରେ ଫକୀରମୋହନ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।ତେବେ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଫେବ୍ରୁଆରି ୨ରେ ଭୁବନେଶ୍ବରରେ ପହଞ୍ଚି ୩ ତାରିଖରେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରେମୁଣା ନୂଆପାଢ଼ିସ୍ଥିତ ବିଶ୍ବବିଦ୍ୟାଳୟର ନୂତନ କ୍ୟାମ୍ପସ୍ରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ। ଫେବ୍ରୁଆରି ୪ ତାରିଖରେ ଯାଜପୁରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମା’ ବିରଜାଙ୍କ ଦର୍ଶନ କରିବେ।ପରବର୍ତ୍ତୀ ଦୁଇ ଦିନ ଅର୍ଥାତ୍ ଫେବ୍ରୁଆରି ୫ ଓ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହା ପରେ ରାଷ୍ଟ୍ରପତି ଭୁବନେଶ୍ବର ଫେରିବା ସହ ଛତିଶଗଡ଼ ଯିବାର କାର୍ଯ୍ୟକ୍ରମ ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |