ସରଣ୍ଡା ଜଙ୍ଗଲରେ ଏନ୍‌କାଉଣ୍ଟର

ରାଉରକେଲା ,୨୨।୦୧ :  ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ୨ ମାଓବାଦୀ ନିହତ ହୋଇଛନ୍ତି । ଯବାନଙ୍କ ଗୁଳିରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଜଣାପଡିଛି । ବାକି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।ନକ୍ସଲ ପ୍ରଭାବିତ ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହେଇ ଥିବା ସୂଚନା ମିଳିଛି। ଏହି ଗୁଳି ବିନିମୟରେ ଜଣେ ଇନାମୀ ନକ୍ସଲୀ ସହିତ ଅନେକ ନକ୍ସଲ ନିହତ ହୋଇଥିବା ସୂଚନା ମିଳୁଛି।ଝାଡ଼ଖଣ୍ଡ କୋଲହାନ ଡିଆଇଜି ଅନୁରଞ୍ଜନ କିସ୍ପୋଟ୍ଟା ଏହି ଘଟଣାକୁ ସ୍ୱୀକାର କରିଛନ୍ତି, ତେବେ ନକ୍ସଲମାନଙ୍କ ମୃତ୍ୟୁ ସଂପର୍କିତ ସରକାରୀ ପୁଷ୍ଟି ପାଇଁ ସୂଚନା ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଏହି ଗୁଳି ବିନିମୟ ସରଣ୍ଡା ଜଙ୍ଗଲର କୁମଡି ଅଞ୍ଚଳରେ ଘଟିଛି ବୋଲି ସୂଚନା ମିଳିଛି। ସେହିପରି ଜରାଇକେଲା ଥାନା ଅଞ୍ଚଳର ସାମଠା ଇଲାକାରୁ ମଧ୍ୟ ଏକ ନକ୍ସଲ ନିହତ ହୋଇଥିବା ଖବର ମିଳୁଛି। ମିଳିଥିବା ସୂଚନା ଅନୁସାରେ, ଏହି ଅଭିଯାନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ତଥାପି ସରଣ୍ଡା ଜଙ୍ଗଲରୁ ଆସୁଥିବା ତଥ୍ୟ ଅନୁଯାୟୀ, ଗୁଳି ବିନିମୟ ଏବେ ଯାଏ ଜାରି ରହିଛି। ଯାହା ପାଇଁ ସମଗ୍ର ଜଙ୍ଗଲ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!