ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ସାବଧାନ! ଆସିଲା କଡା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର। ଏହାସହ ଡ୍ରାଇଭିଂ ଲାଇସେନସ ସମ୍ପର୍କିତ ଆବେଦନ ଆଗକୁ ବିଢବ ନାହିଁ। କୌଣସି ଗାଡ଼ି ଉପରେ ବର୍ଷକୁ ୫ କିମ୍ବା ତା’ଠାରୁ ଅଧିକ ଥର ଚାଲାଣ କଟିଥିଲେ, ଗାଡ଼ି ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ସାମନା କରିବାକୁ ପଡ଼ିବ।ନୂଆ ସଂଶୋଧନ ଅନୁସାରେ ବର୍ଷକରେ ପାଞ୍ଚ ଥର ମୋଟର ଯାନ ଆଇନ ଉଲଙ୍ଘନ କଲେ ଗାଡ଼ିର ପଞ୍ଜିକରଣ ରଦ୍ଦ ହେବ। ସେହିଭଳି ଯଦି କେହି ଚାଳକ ପାଞ୍ଚ ଥର ଆଇନ ଉଲଙ୍ଘନ କରୁଛନ୍ତି ତେବେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ ହେବାର ମଧ୍ୟ ବ୍ୟବସ୍ଥା କରାଯିବ। ଏହି ନିୟମକୁ ଚଳିତ ବର୍ଷ ଜାନୁଆରୀ ୧ରୁ ଲାଗୁ କରାଯାଇଛି।ଚାଲାଣ କଟିଲେ ୪୫ ଦିନ ସମୟସେହିଭଳି ଚାଲାଣ କଟିଲେ ୪୫ଦିନ ପର୍ଯ୍ୟନ୍ତ ମହଲତ ଦିଆଯାଇଛି। ୪୫ଦିନ ସରିବାର ୩୦ଦିନ ଭିତରେ ଜରିମାନା ଦେବାକୁ ବାଧ୍ୟ। ୪୫ଦିନ ଭିତରେ ଚାଲାଣ ବିରୋଧରେ ଅଧିକାରୀଙ୍କ ନିକଟରେ ଅପିଲ କରି ପାରିବେ ଗାଡ଼ି ମାଲିକ। ସମ୍ପୃକ୍ତ ଅଧିକାରୀ ୩୦ ଦିନ ଭିତରେ ଫଇସଲା ଶୁଣାଇବାକୁ ବାଧ୍ୟ । ଅଧିକୃତ ଅଧିକାରୀ ଫଇସଲା ନଶୁଣାଇ ପାରିଲେ ଚାଲାଣ ଆପେ ରଦ୍ଦ ହୋଇଯିବ। ଚାଳକ ବା ଗାଡ଼ି ମାଲିକଙ୍କ ସପକ୍ଷରେ ଫଇସଲା ନହେଲେ ୩୦ଦିନ ଭିତରେ ଜରିମାନା ଦେବାକୁ ବାଧ୍ୟ ।ଫଇସଲା ଶୁଣାଣି ତାରିଖଠାରୁ ୩୦ଦିନ ଭିତରେ ଜରିମାନା ଦେବାକୁ ପଡ଼ିବ । ଅଧିକାରୀଙ୍କ ଫଇସଲାରେ ଅସନ୍ତୁଷ୍ଟ ଗାଡ଼ି ମାଲିକ ଅଦାଲତରେ ଅପିଲ କରିପାରିବେ। ଅଦାଲତର ଅପିଲ ପୂର୍ବରୁ ଜରିମାନାର ୫୦ପ୍ରତିଶତ ପରିବହନ ବିଭାଗରେ ଜମା କରିବାକୁ ପଡ଼ିବ। ଅଦାଲତ ନିର୍ଦ୍ଦେଶ ଆଧାରରେ ପୋଲିସ କିମ୍ବା ଅଧିକୃତ ଅଧିକାରୀ ସମ୍ପୃକ୍ତ ଗାଡିକୁ ଜବତ କରିପାରିବେ। ଏନେଇ ଗେଜେଟ ବିଜ୍ଞପ୍ତି ଜାରି କଲା କେନ୍ଦ୍ର ସଡ଼କ ପରିବହନ ବିଭାଗ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!