ନୂଆ ଦଳର ନାଁ କଲେ ଘୋଷଣା ମହମ୍ମଦ ମୋକିମ୍

କଟକ,୨୭।୧: ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ ବଡ଼ ସୂଚନା ଦେଇଛନ୍ତି ।ନୂଆ ଦଳ ଗଠନକୁ ନେଇ ପୂର୍ବତନବିଧାୟକ ମହମ୍ମଦ ମୋକିମ ବଡ଼ ସୂଚନା ଦେଇଛନ୍ତି । ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ନାଁ ହୋଇପାରେ । ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିନୁ, ଉଦ୍ୟମ ଚାଲିଛି ବୋଲି କହିଛନ୍ତି ମୋକିମ୍ ।ତେବେ ଆଗକୁ ନିର୍ବାଚନ ରହିଥିବା ବେଳେ ମୋକିମ କହିଛନ୍ତି, ଦଳ ଗଠନ ପରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କାମ କରିବୁ ।ତେବେ ତାଙ୍କ ନୂଆ ଦଳ ଓଡ଼ିଶା କୈନ୍ଦ୍ରିକ ପାର୍ଟି ହେବ ଏବଂ ଓଡ଼ିଆ ଲୋକଙ୍କ ପାଇଁ କାମ କରିବ । ପ୍ରସ୍ତୁତି ଚାଲିଛି, ବିଭନ୍ନ ନେତା ଓ ଲୋକଙ୍କୁ ଭେଟୁଛୁ ବୋଲି କହିଛନ୍ତି । ସେହିପରି ଆସନ୍ତା ୩୦ତାରିଖରେ ମହିଳା ସମାବେଶ, ଫେବ୍ରୁଆରୀ ୫ରେ କୃଷକ ସମାବେଶ ହେବ । ବିଭିନ୍ନ ସମସ୍ୟା ସଂପର୍କରେ ସମାବେଶରେ ଆଲୋଚନା ହେବ । ବିଭିନ୍ନ କାର୍ଯ୍ୟକ୍ରମରେ ସୋଫିଆ ପିର୍ଦ୍ଦୋସଙ୍କ ଉପସ୍ଥିତିକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସୋଫିଆ ମୋକିମ୍ ଫାଉଣ୍ଡେସନର ଟ୍ରଷ୍ଟି ଥିବାରୁ ଉପସ୍ଥିତ ରହୁଛନ୍ତି । ସୋଫିଆ କଂଗ୍ରେସରେ ଅଛନ୍ତି, କଂଗ୍ରେସ ପାଇଁ କାମ କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!