ନବରଙ୍ଗପୁର ‘-କୋଷାଗୁମୁଡା ବ୍ଲକ ବଡ଼ଆମଡା ମଣ୍ଡି ରେ ଦେଖିବାକୁ ମିଳିଛି l ଚାଷୀ ମୁଣ୍ଡ ଝାଳ ତୁଣ୍ଡ ମାରି ସଂସାର କୁ ଆହାର ଯୋଗାଉ ଥିବା ବେଳେ, ଚାଷୀ କିନ୍ତୁ ପ୍ରତି ପରିସ୍ଥିତି ରେ ଶୋଷଣର ଶିକାର ହୋଇଥାଏ l ଏମିତି ଏକ କେଳେଙ୍କାରୀ ଯାହାକି ଲେମ୍ପ କର୍ତ୍ତୃ ପକ୍ଷ ଦ୍ୱାରା କରା ଯାଇଛି ଯାହାକି ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି l ଚାଷୀ ଟୋକେନ ଧରି ମଣ୍ଡି କୁ ଧାନ ଦେବାକୁ ଯାଉଛି, ସେଠାରେ ସେ ଶୋଷଣ ର ଶିକାର ହେଉଛି l ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବଡ଼ଆମଡା ମଣ୍ଡି ରେ ଦେଖିବାକୁ ମିଳିଛି l ଚାଷୀଙ୍କ ଅଭିଯୋଗ କୋଷାଗୁମୁଡା ର ନରେନ୍ଦ୍ର…. ନାମକ ଲେମ୍ପ କର୍ମଚାରୀ ଆଇ ସ୍କେନ କରିବା ବାହାନାରେ ପ୍ରତି ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଆଦାୟ କରୁଛନ୍ତି l ଚାଷୀ ଉକ୍ତ କର୍ମଚାରୀ ଙ୍କୁ ଟଙ୍କା ଦେବାକୁ ମନା କରିବାରୁ ତମର ଆଇ ସ୍କେନ ହେବ ନାହିଁ କହିବା ସହ ଆଗରେ ପଇସା ଦିଅ ପରେ ଆଇ ସ୍କେନ ହେବ ବୋଲି ଧମକ ଦେଇଥିଲେ l ଏହି ପଇସା ଉପରିସ୍ଥ ଅଧିକାରୀଙ୍କ ପାଖକୁ ଯିବ କହିଥିଲେ ଏବଂ ତମେ ଯାହାକୁ କହିଲେ କୁହ ବୋଲି ଚାଷୀଙ୍କୁ ଡରେଇ ପଇସା ହଡପ କରୁଥିବା ସଂଗୀନ ଅଭିଯୋଗ ଆସିଛି l ଲେମ୍ପ କର୍ମଚାରୀ ଙ୍କ ଏଭଳି ଚାଷୀଙ୍କୁ ଡରେଇ ଧମକେଇ ପଇସା ହଡପ କରିବା ଘଟଣା ସ୍ଥାନୀୟ ବୁଦ୍ଧି ଯିବି ମହଲ ରେ ଅସନ୍ତୋଷ ଦେଖା ଦେଇଛି l ଏପଟେ ମଣ୍ଡିରେ ୬ ରୁ ୮ କେଜି କଟନୀ ଛଟଣୀ ର ଶିକାର ହେଉଥିବା ବେଳେ ଅନ୍ୟପଟେ ଲେମ୍ପ କର୍ମଚାରୀଙ୍କ ଆଇ ସ୍କେନ ବାହାନାରେ ଟଙ୍କା ହଡପ ଘଟଣା ସାଧାରଣରେ ଚିନ୍ତାର ବିଷୟ l ଘଟଣାକୁ ନେଇ କୋଷା ଗୁମୁଡା ଲେମ୍ପ ଏମ.ଡି ଙ୍କୁ ଯୋଗାଯୋଗ କରିଥିବାରୁ ଏହି ବିଷୟ ମୋପାଖରେ ଆସିନାହିଁ କିନ୍ତୁ ଏହାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ନେଇ କହିଥିଲେ l ଅନ୍ୟପଟେ ଏପରି ଚାଷୀ ଙ୍କୁ ଡରେଇ ଧମକେଇ ଅର୍ଥ ହଡପ ହେଉଥିବା ବେଳେ ଲେମ୍ପ ର ଅଧିକାରୀ ମଧ୍ୟ ଏଥି ପ୍ରତି ଧ୍ୟାନ ଦେଇ ନଥିବା ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି l ଏହି ଅଂଚଳର ଚାଷୀ ଅତି ନିରୀହ ଏବଂ ଶାନ୍ତ ଶୋଭାବ ହେଇଥିବା ର ସୁଯୋଗ ନେଇ ଏପରି ଚାଷୀଙ୍କୁ ଶୋଷଣ କରୁଛନ୍ତି କର୍ମଚାରୀ l ଚାଷୀ ଯିଏ ସଂସାର କୁ ଆହାର ଯୋଗାଉଛି ତାକୁ ପୁଣି ଶୋଷଣ କରିବାକୁ ପୋଛାଉନାହାନ୍ତି ଏହି ବାବୁ ମାନେ l ଏହି ଘଟଣା କୁ ସ୍ତାନୀୟ ଧାନ ମଣ୍ଡିରେ ଲ୍ୟାମ୍ପ କର୍ମଚାରୀ ଙ୍କୁ ଫୋନପେ ରେ ୩ହଜାର ଟଙ୍କା ଦେଇଥିବା ଅଭିଯୋଗ କରିଥିବା ଚାଷୀମାନେ ହେଲେ ଶିବ ନାୟକ(ହଲଦୀଗୁଡା),ଦେବେନ୍ଦ୍ର ପୂଜାରୀ(ହଳଦୀ ଗୁଡା),ପଦ୍ମନ ଭତ୍ରା(ହଳଦୀ ଗୁଡା),ଚନ୍ଦ୍ର ରନ୍ଧାରୀ(ଆଳୁ ପଦର) ,(ଚୁରାଗାଁ)
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |